ଉପକାରାଗାରରେ ପ୍ରତିଷ୍ଠା ଦିବସ
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସ୍ଥିତ ସମାଗୋଳ ଉପକାରାଗାରରେ ଆଜି ବନ୍ଦୀ ସୁଧାର ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସମାଗୋଳ ଉପକାରାଗାର ଜେଲ୍ର ଇନ୍ଦ୍ରଜିତ ବିଶ୍ୱାଳଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ । ଜଣେ କଲେଜ ପଢୁଆ ଯୁବ ପ୍ରତିଭା ଦିବ୍ୟ ରଞ୍ଜନ ପରିଡା । ଉସôବରେ ମୁଖ୍ୟଅତିଥି କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦ୍ୱୀପକ ପ୍ରସାଦ ସ୍ୱାଇଁ, ମୁଖ୍ୟବକ୍ତା ଅଧ୍ୟାପକ ନିରଞ୍ଜନ ରାଉତ, ସମ୍ମାନୀତଅତିଥି ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ପ୍ରବଚକ ସ୍ମୃତିସାଗର ମହାରାଜ, ଅଧ୍ୟାପକ ଅଶୋକ ବେହେରା, ବିନୟା ନନ୍ଦ ପୁରୁଜୀ ମହାରାଜ, ଅଧ୍ୟାପିକା ଜୟନ୍ତୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉପ-କାରାଗାରରେ ଥିବା ଅନ୍ତେଃବାସୀଙ୍କୁ ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ । ଏହାସହ କାରାଗାରରେ ଥିବା ଅନ୍ତେଃବାସୀଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଡେଥିରେ ଅନ୍ତେଃବାସୀଙ୍କୁ ଆସିଥିବା ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।