ପୁରୁଷ କବାଡି ଓ ହ୍ୟାଣ୍ଡବଲ ଚାମ୍ପିଅନ୍ସିପ୍ ଉଦ୍ୟାପିତ ପୁଲିସ୍ ବଳରେ କ୍ରୀଡା ପ୍ରତିଯୋଗିତା ସୁସ୍ଥ ଓ ପ୍ରେରଣାଦାୟକ: ମୁଖ୍ୟମନ୍ତ୍ରୀ 

 କେନ୍ଦୁଝର: କେନ୍ଦୁଝର ଠାରେ ୭୮ତମ ରାଜ୍ୟ ପୁଲିସ ପୁରୁଷ କବାଡି ଚାମ୍ପିଅନସିପ୍ ଓ ଦଶମ ପୁଲିସ ହ୍ୟାଣ୍ଡବଲ ଚାମ୍ପିଅନସିପ୍ ଉଦ୍ୟାପିତ ହୋଇଛି । ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶା ପୁଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉକôୃଷ୍ଟ ପ୍ରଦର୍ଶନ କରି କେବଳ ଓଡ଼ିଶା ପାଇଁ  ଗୌରବ ନୁହେଁ  ବରଂ ଭାରତର  ପଦକ ତାଲିକାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ବୋଲି କହିଛନ୍ତି ।
କବାଡି ଚାମ୍ପିଅନସିପ୍ରେ ରାଉରକେଲା ପୁଲିସକୁ ହରାଇ କଟକ ପୁଲିସ ବିଜୟୀ ହୋଇଥବା ବେଳେ ଓ ହ୍ୟାଣ୍ଡବଲ ଚାମ୍ପିଅନସିପ୍ରେ ଢେଙ୍କାନାଳ କେନ୍ଦୁଝରକୁ ହରାଇ ବିଜୟୀ ହୋଇଛି ।  ବିଜୟୀ ଓ ରନର୍ସ ଅପ ଦଳକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ରାଜ୍ୟ ପୁଲିସ ବଳରେ ଏହିପରି କ୍ରୀଡା ପ୍ରତିଯୋଗିତା ସୁସ୍ଥ, ଶୃଙ୍ଖଳିତ ଓ ପ୍ରେରଣାଦାୟକ ପରିବେଶ ଗଠନ କରୁଛି । ଆଜିର ଏହି ପ୍ରତିଯୋଗୀତାରେ ଯେଉଁ କ୍ରୀଡା ପ୍ରତିଭାମାନେ ଖେଳୁଛନ୍ତି, ସେମାନେ କାଲି ଜାତୀୟ ଦଳର ସଦସ୍ୟ, ଏସିଆନ୍ ଗେମ୍ସର ପଦକ ବିଜେତା, କିମ୍ବା ଓଲିମ୍ପିକ୍ସ ଚାମ୍ପିଅନ ହେବେ । ପୁଲିସ ସେବାରୁ ଆସିଥିବା ପ୍ରେରଣାଦାୟକ ନାମଗୁଡ଼ିକ ସେଥିପାଇଁ ପଥପ୍ରଦର୍ଶକ । ଆମେ ଭାରତୀୟ କ୍ରୀଡାକୁ ଯଦି ଆଜି ବିଶ୍ୱସ୍ତରରେ ଗର୍ବର ସହିତ ଦେଖୁଛୁ, ତାହାର ପଛରେ ରହିଛି ପୁଲିସ, ସେନା ଓ ପାରାମିଲିଟାରି ବଳର ଅସାଧାରଣ ଅବଦାନ । ଏଣୁ  “ସୁସ୍ଥ ଯୁବଶକ୍ତି, ସୁସ୍ଥ ଓଡିଶା” ମୂଳମନ୍ତ୍ରରେ ଆମେ ବିଶ୍ୱାସ କରୁ । ପୁଲିସବଳ ହେଉଛନ୍ତି ଯେ, କୌଣସି ରାଜ୍ୟର ମେରୁଦଣ୍ଡ ସଦୃଶ । ପୁଲିସବଳକୁ ସୁଦୃଢ କରିବା ପାଇଁ ରାଜ୍ୟରେ ସମୁଦାୟ ୧୬ ହଜାର ନୂଆ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଦବୀ ପୂରଣ କରାଯିବ । ଖାଲି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଅହୁରି କହିଥିଲେ ଯେ, ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି  । ୨୦୨୫-୨୬ ରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପ?ର୍ଟସ ହବ୍ ଭାବେ ବିକାଶ କରାଯିବ । ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, ପୁଲିସ ଡ଼ିଜି ଯୋଗେଶ ବହାଦୁର ଖୁରାନିଆ, ଏସଟିଏ କମିଶନର ଅମିତାଭ ଠାକୁର,  ଡ଼ିଆଇଜି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।