ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର

 ନିମାପଡା : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ନାରୀଶକ୍ତିର ଜୀବନ ଗାଥା ଏବଂ ରାଜମାତାରୁ ଲୋକମାତା ସାଜିଥିବା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମାଜ ପାଇଁ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ଅନେକ ମହିଳାଙ୍କୁ ସମ୍ମାନିତ କରିଥିଲେ । ପ୍ରଜା ଈଶ୍ୱରଙ୍କ ରୂପ ଏବଂ ପ୍ରଜାଙ୍କ ସେବା ହିଁ ମୋ ପାଇଁ ଈଶ୍ୱର ପୂଜା ଭାବନା ରଖିଥିବା ରାଣୀ ଅହିଲ୍ୟାବାଇ ଆମ ପାଇଁ ପ୍ରେରଣାର ଉସô । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତାଙ୍କ ସେବାରେ ବ୍ରତୀ ହେବା ହିଁ ଆମର କର୍ତ୍ତବ୍ୟ ହେବ ବୋଲି ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ । ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସମଗ୍ରଶିକ୍ଷା ଯୋଜନାରେ ନିମାପଡା ପଞ୍ଚାୟତ ସମିତି ଅଧିନସ୍ଥ ତେରୁଣ୍ଡିଆ ଗ୍ରାମ ପଞ୍ଚାୟତର ଧୀରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୧୮ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ଓ ଅରିଷଣ୍ଢ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୮ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଜଳ ନିକାସ ବିଭାଗ ପକ୍ଷରୁ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆଶ୍ରମ ଛକ ଠାରୁ ଅମଲାପଡା ଛକ ପର୍ଯ୍ୟନ୍ତ କଂକ୍ରିଟ ନାଳର ନିର୍ମାଣ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ପଞ୍ଚାୟତ ସମିତି ସଭାଗୃହରେ ୨୭ ଜଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭେଣ୍ଡିଯୋନରେ ଗୃହ ଆବଣ୍ଟନ କରାଯାଇଥିଲା ।