ବେଆଇନ ପଥର ବୋଝେଇ ଟ୍ରକ ଜବତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବାଲି ଖାଦାନରୁ ବାଲି ଉଠାଇବା ଓ ସରକାରୀ ଯାଗାରୁ ମାଟି ଉଠାଇବା ଏବଂ ବେଆଇନ ଭାବେ ଖଣିଜ ଦ୍ରବ୍ୟ ଚାଲାଣ କରିବା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜାଣିବା ପରେ ତାଙ୍କ ନିଦେ୍ର୍ଦଶ କ୍ରମେ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଖଣି ଅଧିକାରୀ ବେଆଇନ ଭାବେ ଚାଲାଣ ହେଉଥିବା ବାଲି, ମାଟି ଓ ପଥର ବୋଝେଇ ଟ୍ରକ କୁ ଜବତ କରିବା ସହିତ ତାଙ୍କ ଠାରୁ ଜରିମାନା ଆଦାୟ କରୁଥିବା ଜଣାପଡିଛି । ଉପ ଜିଲ୍ଲାପାଳ ଶ୍ରୀ ନାୟକ ମଙ୍ଗଳବାର କଟକ-ଚାନ୍ଦବାଲି ରସ୍ତାରେ ଗଗୁଆ ନିକଟରେ ବେଆଇନ ଭାବେ ନେଇ ଯାଉଥିବା ପଥର ବୋଝେଇ ୨ଟି ଟ୍ରକ କୁ ଜବତ କରି ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଦୈନିକ ପ୍ରାୟ ଅନେକ ଗାଡି ଏହିଭଳି ଭାବରେ ଚୋରାରେ ମୋରମ, ମାଟି, ବାଲି, ପଥର ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଁଚାଉଥିବା ଜଣାପଡିଛି । ଏହି ଗାଡି ଗୁଡିକୁ ଜବତ କରି ତାଙ୍କ ଠାରୁ ଜରିମାନା ଆଦାୟ କରଯିବ ବୋଲି ଉପପ ଜିଲ୍ଲପାଳ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।