ଉମାଦେବୀ ମନ୍ଦିର ସମ୍ମୁଖ ମଣ୍ଡପ ମରାମତି ଦାବି

 ଖଣ୍ଡପଡ଼ା : ଖଣ୍ଡପଡା ସହରରଏକପ୍ରାଚୀନ ଶକ୍ତିପୀଠଭାବେ ପରିଚିତ ମା’ ଉମାଦେବୀ ପୀଠ । ଏହି ପୀଠରେ ବର୍ଷତମାମଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ଏନ୍ଏସି କାର୍ଯ୍ୟାଳୟପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପରଯୋଜନାରେମନ୍ଦିର ପରିସରରେଅନେକ ଉନ୍ନୟନମୂଳକକାର୍ଯ୍ୟ କରାଯାଇଥିଲା । ମାତ୍ର ମାଁ ଉମାଦେବୀଙ୍କମନ୍ଦିରସମ୍ମୁଖସ୍ଥ ମଣ୍ଡପଛାତର କିଛି ଅଂଶରୁ ସିମେଣ୍ଟ କଂକ୍ରିଟ ଖସି ପଡିଥିବାରୁ ଉକ୍ତ ସ୍ଥାନଟି ବିପଦସଙ୍କୁଳ ଅବସ୍ଥାରେ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳିଛି । ଉକ୍ତ ମଣ୍ଡପର ଉପର ପାର୍ଶ୍ୱରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖଣ୍ଡହୋଇ ଭାଙ୍ଗି ତଳେ ଖସି ପଡୁଥିବା ବେଳେ, ଛାତର ବାହାରକୁ ଲୁହା ଛଡ ଦେଖାଯାଉଛି  । ମନ୍ଦିରରଏପରି ଅବସ୍ଥାକୁ ନେଇସାଧାରଣରେ ଓ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶପାଇଛି । ପ୍ରକାଶଥାଉକି ଏନ୍ଏସି କର୍ତ୍ତୃପକ୍ଷମୁକ୍ତା ଯୋଜନାରେ ଲକ୍ଷଲକ୍ଷଟଙ୍କା ବ୍ୟୟକରି ମାଁ ଉମାଦେବୀଙ୍କ ମନ୍ଦିରରଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକାର୍ଯ୍ୟ କରିଥିଲେ ହେଁ ମନ୍ଦିରମଣ୍ଡପ  ଛାତରମରାମତି ଦିଗରେ ଦୃଷ୍ଟି ନ ଦେବା ଦୁଃଖରବିଷୟ । ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ସେଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।