ପେନ୍ସନ୍ ଅଦାଲତ, ୫୩୫ଟି ମାମଲାର ଶୁଣାଣି

ବାରିପଦା/ସାରସକଣା:  ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ  ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ.ଜି କାର୍ଯ୍ୟାଳୟର ଉପ ମହାଲେଖାକାର ସଞ୍ଜୟ କୁମାର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସ୍ୱତନ୍ତ୍ର ଶାସନ ସଚିିବ, ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ବରିଷ୍ଠ ଲେଖାଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, କଲ୍ୟାଣ ପଣ୍ଡା ଯୋଗ ଦେଇ ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ । ଏହି ପେନସନ ଅଦାଲତରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୫୩୫ଟି ମାମଲାର ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ ୬ ଜଣଙ୍କୁ ସେହି ମଞ୍ଚରେ ପେନସନ କାଗଜ ପ୍ରଦାନ କରାଯାଇଥିଲା ଓ ଅନ୍ୟ ସମସ୍ତ ପେନସନ ମାମଲା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର  ତୁରନ୍ତ  ପଠାଇବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ପେନସନ ଅଦାଲତକୁ ସହକାରୀ ଲେଖାଧିକାରୀ ଦିଲ୍ଲୀପ ଦୁବେ, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା, ଭିନେଶ ଯାଦବ,ପୁରୁଷୋତ୍ତମ ବଳ,ଅଶୋକ କୁମାର ପାତ୍ର, କୌଶିକ କୁମାର କବି, ଯାମି ସଞ୍ଜୟ ସିଂହ, ଚନ୍ଦ୍ର ଶେଖର ବେହେରା ଓ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ ।