ଏଆଇଏମ୍ଏସ୍ଏସ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ


ାା ପ୍ରଭାନୁ୍ୟଜ ।ା କଟକ: ଏଆଇଏମ୍ଏସ୍ଏସ୍ ପକ୍ଷରୁ ଦାବି ସପ୍ତାହ ଉପଲକ୍ଷେ ୬ ଦଫା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ବର୍ଦ୍ଧିତ ଦର ହ୍ରାସ କରିବା ସହ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ବିତରଣକୁ ସରକାର ନିୟନ୍ତ୍ରଣ କରିବା, ମଦ-ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ସହିତ ସଂପୂର୍ଣ୍ଣ ନିଷିଦ୍ଧ କରିବା, ସର୍ବତ୍ର ନାରୀ ଓ ଶିଶୁ କନ୍ୟାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଆରଜି କର ମେଡିକାଲ କଲେଜ ଓ ଏସ୍ସିବି ବିଭିନ୍ନ ସ୍ଥାନରେ ଏହିଭଳି ବିଭତ୍ସ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କ ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରି ତାଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା, ସମଗ୍ର ରାଜ୍ୟରେ ମହିଳା ଓ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଆଦି ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ କଟକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟକୁ ଜିଲ୍ଲପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମାଳବିକା ସାମଲ, ସମ୍ପାଦିକା ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ମନୋସ୍ୱୀନ ପ୍ରଧାନ, ଜୋତ୍ସାମୟୀ ଦାଶ, ସୁଜାତା ମହାପାତ୍ର, ମମତା ମହାପାତ୍ର, କମଳିନୀ ମହାରଣା ପ୍ରମୁଖ ନେତୃତ୍ୱ ନେଇଥିଲେ ।