ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାବିତ୍ରୀ ଜନସେବା ସଂସ୍ଥା ଏବଂ କଟକ ଜିଲ୍ଲା ଏବଂ ବାଙ୍କୀ ବ୍ଲକ ପ୍ରଶାସନର ମିଳିତ ତତ୍ତ୍ୱାବଧାନରେ ବ୍ଲକ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କୀ ବ୍ଲକର ୫ଗୋଟି ଗ୍ରାମପଂଚାୟତ ଯଥା ବୈଦ୍ୟେଶ୍ୱର, ବଳଭଦ୍ରପୁର, ପୁଇଁଚା, ଓସ୍ତିଆ ଓ କଦଳୀବାଡି ପଂଚାୟତର ସରପଂଚ ଓ ସମିତି ସଭ୍ୟମାନେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାବିତ୍ରୀ ଜନସେବା ସଂସ୍ଥାର ଦେବବ୍ରତ ମାନସ କୁମାର ମାନସିଂ ପରିଚାଳନା କରିଥିବା ବେଳେ ବୈଦ୍ୟେଶ୍ୱର ସରପଂଚ ସୁରଞ୍ଜନ ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଳଭଦ୍ରପୁର ସରପଂଚ ସନ୍ଧ୍ୟାରାଣୀ ସାହୁ, ବ୍ଲକ ପିଇଓ ଧିରେନ୍ଦ୍ର କୁମାର ସାହୁ, ଏଡିଓ ଶରତ କୁମାର ଜେନା ଓ ଦିନବନ୍ଧୁ ସ୍ୱାଇଁ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଧନେଶ୍ୱର ରାଉତ, ସରୋଜ ସାହୁ, ଶୁଭଦର୍ଶିନୀ ରାଉତ, ସଲିମୁଦ୍ଦିନ୍ ଖାଁ, ପ୍ରକାଶ ସ୍ୱାଇଁ, ସୁଶାନ୍ତ ଜେନା, ଚିନ୍ମୟ ଗୋଚ୍ଛି ପ୍ରମୁଖ ସହଯୋଗ କରିଥିଲେ ।