ଏନଏଚ୍ରେ ଯୋଡ଼ି ହେବ ବରୀ-ବରୁଅାଁ-କଳାମାଟିଆ ରାସ୍ତା !

 ବରୀ : ଜାତୀୟ ରାଜପଥରେ ଯୋଡ଼ି ହେବ ବରୀ-ବରୁଅାଁ-କଳାମାଟିଆ ରାସ୍ତା । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ଦାବିପତ୍ରକୁ ଗ୍ରହଣ କରି ନେଇଛି । ଦୀର୍ଘ ଦିନ ହେଲା ବରୀ-ବରୁଆ-କଳାମାଟିଆ ରାସ୍ତାକୁ ଜାତୀୟ ରାଜ ଦାବି ଆସୁଥିବା ବେଳେ ଏଥିଲାଗି ଜିଲ୍ଲା ପୂର୍ବତନ ବିଜେପି ସଭାପତି ଆଶୁତୋଷ ପରିଡା ଯାଜପୁର ସାଂସଦଙ୍କ ଦୃଷ୍ଠି ଆକର୍ଷଣ କରିଥିଲେ । ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବିଭାଗ ଏବଂ ମନ୍ତ୍ରୀଙ୍କୁ ଦାବି କରିଥିଲେ । ଦାବିପତ୍ର ମନ୍ତ୍ରାଳୟ ପକ୍ଷରୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରଶ କରିଥିଲେ । ଏଭଳି ଘଟଣାକୁ ନେଇ ଯାଜପୁର ସାଂସଦ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶଥାଉକି, ରାସ୍ତା ଉପରେ ପ୍ରତିଦିନ ବରୁଆ ଠାରୁ ବରୀ-କଳାମାଟିଆ ଦେଇ ଆଳି ପର୍ଯ୍ୟନ୍ତ ଯାଇଛି । ରାସ୍ତାଟି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ଠାରୁ ଯାଜପୁର ବିରଜା କ୍ଷେତ୍ରକୁ ଯାତାୟତ ଲାଗି ଜଣସାଧାରଣ ଲାଗି ସୁବିଧା ହୋଇପାରିବ ।