ଇଫକୋ ପକ୍ଷରୁ "ଏକ ପେଡ୍, ମା କେ ନାମ’ କାର୍ଯ୍ୟକ୍ରମ

ପାରାଦୀପ : ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ (ଇଫକୋ) ପାରାଦୀପ ୟୁନିଟ ପକ୍ଷରୁ ସେପ୍ଟେମ୍ବର ୧୭ ତାରିଖରେ  "ଏକ ପେଡ୍ ମା କେ ନାମ’ ଏକ ମେଗା ବୃକ୍ଷ ରୋପଣ  ଅଭିଯାନ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ଆମ ପରିବେଶକୁ ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଦେଶରେ ବ୍ୟାପକ ରୋପଣ ଅଭିଯାନ ପାଇଁ ୧୭ ସେପ୍ଟେମ୍ବରକୁ ଏକ ସ୍ୱତନ୍ତ୍ର ଦିନ ଭାବରେ ଘୋଷଣା କରିଛନ୍ତି, ଏହାକୁ "ଏକ ପେଡ୍ ମା କେ ନାମ’ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଇଫକୋ ପକ୍ଷରୁ ୨୦ ଏକର ଜମିରେ "ଏକ ପେଡ୍ ମା କେ ନାମ’ ସ୍ମରଣ କରିବା ପାଇଁ ନିଜସ୍ୱ ପରିସର ମଧ୍ୟରେ ୨୦ ହଜାର ଚାରା ରୋପଣ ହୋଇଛି । ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ  ପି.କେ ମହାପାତ୍ରଙ୍କ ସମେତ ଇଫକୋର ଅନ୍ୟାନ୍ୟ ଅଧିକାରୀ ଏସ୍ପି ରଥ, କେଆରଏନ.ମୂର୍ତ୍ତି, ଓ.ପି ଯାଦବ, ଏ.ଏନ ଓଝା, ଡି.ନାୟକ, ଆର.କେ ସ୍ୱେନ ଜ୍ୟଣ୍ଟ ଓ ଅତିରିକ୍ତ ଜିଲ୍ଲାପାଳ  ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଇଫକୋର ମହାପ୍ରବନ୍ଧକ ବି.ଏନ୍ ଟୁଡୁ, ଏ.କେ ସିଂହା, ପି.କେ ସାହୁ, ଏସ୍କେ. ଘୋଷ ଏବଂ ବି.କେ ପରିଡା, ଉପ-ମହାପ୍ରବନ୍ଧକ ମୁକେଶ ଖାନ୍ନା, ରାଜ୍ୟ ମୁଖ୍ୟ, ଆଇଏଫଏଫଡିସି ଦେବାଶିଷ ମହାନ୍ତି, ଦେବବ୍ରତ ପଟ୍ଟନାୟକ ଉପ-ପ୍ରବନ୍ଧକ (ପ୍ରଶାସନ), ଜ୍ଞାନେନ୍ଦ୍ର ସୁନ୍ଦରାୟ, ଉପପ୍ରବନ୍ଧକ (ମାନବ ସମ୍ବଳ) ପ୍ରସନ୍ନ ବେଉରା, ଜନସମ୍ପର୍କ ଅଧିକାରୀ ଏବଂ .ଦିଲୀପ କୁମାର ଦୋରା ଉପସ୍ଥିତ ରହି  ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ଇଫକୋର ଅଧିକାରି ଓ କର୍ମଚାରୀଙ୍କୁ ନେଇ ପ୍ଲାଣ୍ଟ ପରିସରରେ ପର୍ଯ୍ୟାପ୍ତ ପରିମାଣର ଚାରା ରୋପଣ କରିବାକୁ ଯୋଜନା କରା ଯାଇଥିବା ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ପ୍ରକାଶ କରିଛନ୍ତି ।