କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ
ବୁଗୁଡ଼ା : ସ୍ଥାନୀୟ ବିରଞ୍ଚôନାରାୟଣ କଲ୍ୟାଣୀ ମଣ୍ଡପ ପରିସରରେ କବିସମ୍ରାଟ ସ୍ମାରକ ସଂସଦ ପକ୍ଷରୁ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମହନ୍ତ ଭକ୍ତରାମ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ସୁବାସ ଚନ୍ଦ୍ର ପରିଡା, ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟ ଗବେଷକ ମୋତିଲାଲ ପତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ରଘୁନାଥ ସାହୁ ଓ କବି ସୌଦାମିନୀ ମିଶ୍ର ପ୍ରମୁଖ ଯୋଗ ଦେଇ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ୱ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଉପେନ୍ଦ୍ର ଭଞ୍ଜଙ୍କ ଗାନ କରିଥିବା ବିଭିନ୍ନ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂସଦ ସମ୍ପାଦକ ବିଭୁତି ଭୂଷଣ ମିଶ୍ର ପରିଚାଳନା କରିଥିବା ବେଳେ ପରିଶେଷରେ ଶିକ୍ଷାବିତ୍ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସେହପରି ଖୋଳଖାଳି ଗ୍ରାମରେ ଉପେନ୍ଦ୍ର ଭଞ୍ଜ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ପତ୍ରିକା ‘ଭଞ୍ଜମାଟି’ର ସମ୍ପାଦକ କାମରାଜୁ ସାହାଣୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ପ୍ରସାଦ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ଗୋବରା ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ନଳିନୀ ପ୍ରଭା ଦାସ ଯୋଗ ଦେଇ ଭଞ୍ଜ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ କଣ୍ଠଶିଳ୍ପୀ ସୁରେନ୍ଦ୍ର ଦାସ, ପ୍ରଭାକର ସ୍ୱାଇଁ, କେଦାର ଜେନା, କାଳୁ ଚରଣ ଘଡେଇ, ରୀତିସ୍ନିଗ୍ଧା ପ୍ରଧାନ, ମିତାଲି ପଟ୍ଟନାୟକ ଭଞ୍ଜ ସଂଗୀତ ଗାନ କରିଥିବାବେଳେ ବିଶାଖା ମହାରଣା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ କୁମୁଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।