ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାଠାରେ ବିପ୍ଲବୀ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରାଜା ଚାଉଁରୀଆ ମନ୍ଦିରରୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଛାତ୍ରଛାତ୍ରୀ ବୁଦ୍ଧିଜୀବୀମାନେ ହାତରେ ଜିଲ୍ଲାଭିତ୍ତିକ ନିଯୁକ୍ତିର ପ୍ଲାଗ କାର୍ଡ ନେଇ ରାଲି ମାଧ୍ୟମରେ ମଞ୍ଚ ନିକଟରେ ପହଞ୍ଚିଥିଲେ । ମଞ୍ଚ ନିକଟରେ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ଜୀବନୀ ଓ ସଂଘର୍ଷ ଉପରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ । ଏହା ପରେ ଜିଲ୍ଲାଭିତ୍ତିକ ନିଯୁକ୍ତି ନେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରଦ କୁମାର ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ହରିବନ୍ଧୁ ମାଝୀ, କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ଦାମଦୋର ପୂଜାରୀ, କ୍ରିୟାନୁଷ୍ଠାନ କମିଟି ଉପ ସଭାପତି ରଘୁନାଥ ଭତରା, କ୍ରିୟାନୁଷ୍ଠାନ ସଦସ୍ୟ ବୃନ୍ଦ ପ୍ରସାଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।