ଏସ୍ଏଲ୍ଡିସି ପରିଦର୍ଶନ କଲେ ରାଜ୍ୟପାଳ

 ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମଂଚେଶ୍ୱର ରେଲୱେ ରୋଡସ୍ଥିତ ରାଜ୍ୟ ବିଦୁ୍ୟତ ଭାର ପ୍ରେରଣ କେନ୍ଦ୍ର (ଏସ୍ଏଲ୍ଡିସି) ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଏସଏଲଡିସିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସହିତ ଏହାର ନିୟନ୍ତ୍ରଣ କକ୍ଷ (କଂଟ୍ରୋଲ ରୁମ୍) ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକଳାପ ସଂମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏସ୍ଏଲ୍ଡିସିର କାର୍ଯ୍ୟାବଳୀ, ରାଜ୍ୟର ବିଦୁ୍ୟତ ବ୍ୟବସ୍ଥାରେ ଏହାର ଗୁରୁତ୍ୱ ଏବଂ ବିଦୁ୍ୟତ ଗ୍ରୀଡର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏହା କିପରି କାର୍ଯ୍ୟ କରୁଛି ସେ ବିଷୟରେ କର୍ମକର୍ତ୍ତା ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । 
ଏସ୍ଏଲ୍ଡିସିର ଅଧିକାରୀମାନେ ରାଜ୍ୟରେ ବିଦୁ୍ୟତ ଚାହିଦା ଓ ଯୋଗାଣର ସନ୍ତୁଳନ ରକ୍ଷା, ଗ୍ରୀଡ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଆଧୁନିକ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ବିଦୁ୍ୟତ ବଂଟନକୁ ଅଧିକ କ୍ରିୟାଶୀଳ କରିବା ଆଦି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଗ୍ରୀଡ ସହ ସମନ୍ୱୟ ରକ୍ଷା କରିବାରେ ଏସଏଲଡିସିର କାର୍ଯଧାରା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା  । ଏହି ପରିଦର୍ଶନ ସମୟରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ଦର୍ଶକ ଭାସ୍କର ଜ୍ୟୋତି ଶର୍ମା, ଏସ୍ଏଲ୍ଡିସିର ନିଦେ୍ର୍ଦଶକ ବି.ବି ମେହତାଙ୍କ  ସମେତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ  ।