ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରୁଛି ଏନ୍ଏସ୍ଜି ଟିମ୍
ପୁରୀ : ପ୍ରତିବର୍ଷ ଭଳି ରଥଯାତ୍ରା ପୂର୍ବରୁ ଏନ୍.ଏସ୍.ଜିର ସ୍ୱତନ୍ତ୍ର ଟିମ୍ ପୁରୀ ଆସି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି । ଗତକାଲି ଏହି ଟିମ୍ ପୁରୀରେ ପହଞ୍ଚôବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଏନ୍.ଏସ୍.ଜିର ଗସ୍ତ ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଗୁରୁତ୍ୱବହନ କରୁଛି । ରାଜ୍ୟ ପୋଲିସ ଓ ଜିଲ୍ଳା ପୋଲିସ ପ୍ରଶାସନ ଏହି ଟିମ୍କୁ ସଂପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ।
ଚଳିତ ବର୍ଷ ଜମ୍ମୁ କାଶ୍ମୀରର ପେହେଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିରିହ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟଣା ପରେ ଦେଶର ବିଭିନ୍ନ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ୪ଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ହୋଇଥିବାବେଳେ ଏବଂ ଆଗକୁ ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଏନ୍.ଏସ୍.ଜି ଟିମ୍ ପୁରୀରେ ଡ଼େରା ପକାଇଛି । ଏନ୍.ଏସ୍.ଜି ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଉଭୟ ଶ୍ରୀମନ୍ଦିର ବାହାର ଓ ଭିତର ପାଶ୍ୱର୍ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛି । ବିଶେଷ କରି ମେଘନାଦ ପାଚେରୀ ଠାରୁ ନିକଟସ୍ଥ ସାହି ଗଳିକନ୍ଦି ଗୁଡ଼ିକରେ କେଉଁ ସ୍ତାନରେ ୱାଚ ଟାୱାର ଥିଲା, ପୁରୀକୁ ପ୍ରବେଶ ପଥ, ଶ୍ରୀମନ୍ଦିର ଭିତରେ ଓ ବାହାରେ ଏକକାଳୀନ କେତେ ଭକ୍ତ ଜମା ହୁଅନ୍ତି, ଶ୍ରୀମନ୍ଦିର ଭିତରେ ଓ ବାହ୍ୟ ପରିକ୍ରମା ମାର୍ଗରେ ସାଧାରଣ ଦିନ ଏବଂ ରଥଯାତ୍ରା ସମୟରେ କେତେ ଲୋକ ରୁଣ୍ଡ ହୋଇଥାନ୍ତି ସେ ସଂକ୍ରାନ୍ତରେ ଏହି ଟିମ୍ ଅବଗତ ହେବା ସହ ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଯାଞ୍ଚ କରିଛନ୍ତି । ଏହି ଟିମ୍ ସିଂହଦ୍ୱାର ସମ୍ମୁଖ ଦର୍ଶନ ବ୍ୟବସ୍ତା, ଭେଟ ମଣ୍ଡପ ସମ୍ମୁଖସ୍ଥ ମେଘନାଦ ପାଚେରୀ ସନ୍ନିକଟ ଅଞ୍ଚଳ, ଦକ୍ଷିଣପାଶ୍ୱର୍ ଅଞ୍ଚଳ ଆଦି ଯାଞ୍ଚ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସା ତଦାରଖ କରିଥିଲେ । ଶ୍ରୀମନ୍ଦିର ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ୱାରୋପ କରାଯାଉଛି ।
ସୂଚନା ଯୋଗ୍ୟ ଯେ ଶ୍ରୀମନ୍ଦିର ସୁରକ୍ଷାରେ ବର୍ତ୍ତମାନ ୧୨ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଏଚଏନ୍ଏଢ଼୍ି ମେସିନ୍ ଓ ଡ଼ିଏଫଏମ୍ଡ଼ି ମେସିନ ମାଧ୍ୟମରେ ସୁରକ୍ଷା ଯାଞ୍ଚ କରାଯାଉଛି । ଆସନ୍ତା କାଲି ଜିଲ୍ଳା ପ୍ରଶାସନ ସହିତ ଏହି ଟିମ୍ ବୈଠକ କରିବ । ଏନ୍ଏସ୍ଜି ଯାହା ପରାମର୍ଶ ଦେବେ ତାହା ଅନୁପାଳନ କରାଯିବ ବୋଲି ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି । ଜିଲ୍ଳପାଳ କହିଛନ୍ତି ଯେ ଆସନ୍ତା କାଲି ଅପରାହ୍ନ ୪ଟାରେ ସିଭିଲ ଡ଼ିଫେନ୍ସ ପକ୍ଷରୁ ମକ୍ଡ଼୍ରିଲ କରାଯିବ । ଏନ୍.ଏସ୍.ଜି ଏଥିରେ ସାମିଲ ପାଇଁ ଆଲୋଚନା କରାଯିବ । ସେମାନଙ୍କର ସ୍ୱତନ୍ତ୍ର ଅଭ୍ୟାସ ଥିବାରୁ ସେମାନେ ଏଥିରେ ସାମିଲ ହେବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ ।