ସମୟ, ସମନ୍ୱୟ, ସଫଳତା : ଏକୀକୃତ ଶାସନରେ ଭାରତ ନିର୍ମାଣର ନୂଆ ଚିତ୍ର
ବିନାୟକ ପାଇ : ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ନିର୍ମାଣ ପରିଦୃଶ୍ୟରେ ଏକ ବିରାଟ ଗଠନମୂଳକ ପରିବର୍ତ୍ତନ ଘଟିଛି । ଏଭଳି ପରିବର୍ତ୍ତନ, ଯାହା କେବଳ ଭିତ୍ତିଭୂମି କ୍ଷେତ୍ରର ନିର୍ମାଣ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ପ୍ରଶାସନ ଏବଂ ସେବା ଭଳି କ୍ଷେତ୍ରର ସଂରଚନା ପର୍ଯ୍ୟନ୍ତ ମଧ୍ୟ ବିସ୍ତାରିତ ହୋଇଛି। ବିଗତ ପର୍ଯ୍ୟାୟ ତୁଳନାରେ ଚଳିତ ପର୍ଯ୍ୟାୟର ବିଶେଷତା କେବଳ ନିବେଶ ମାତ୍ରାର କିମ୍ବା କାର୍ଯ୍ୟାନ୍ୱୟନର ଗତି ସହିତ ସମ୍ବନ୍ଧିତ ନୁହେଁ, ବରଂ ଏହି ଘଟଣା ମଧ୍ୟ ଦର୍ଶାଉଛି ଯେ ଏକ ସୁସଂଗତ, ପରିଣାମ ଉନ୍ମୁଖ ପଦ୍ଧତି ସେଥିରୁ ମୁଣ୍ଡ ଟେକିଛି, ଯାହା ନୀତିଗତ ଉଦ୍ଦେଶ୍ୟ, ସଂଘୀୟ ସହଯୋଗ ଏବଂ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟାନ୍ୱୟନ ଅନୁରୂପ ଭାବେ ସାବ୍ୟସ୍ତ ହୋଇଛି । ଆଜି ଭାରତ ନିର୍ଣ୍ଣାୟକ ଭାବେ ଏକ ଢାଞ୍ଚା ଆଧାରିତ ପ୍ରଶାସନ ମଡେଲ ଦିଗରେ ଆଗକୁ ଅଗ୍ରସର ହେଉଛି । ଏହା ଏଭଳି ଏକ ମଡେଲ, ଯାହା ନିର୍ମାଣକୁ ଭିନ୍ନ ଭିନ୍ନ ପରିଯୋଜନା ସମୂହ ପରିବର୍ତ୍ତେ ଏକୀକୃତ ରାଷ୍ଟ୍ରୀୟ ପଦ୍ଧତି ଭାବରେ ହିଁ ଦେଖୁଛି ।
ଭିନ୍ନ ଭିନ୍ନ ପରିଯୋଜନା ପରିବର୍ତ୍ତେ, ପଦ୍ଧତିର ସହାୟତା ଦ୍ୱାରା ପରିଣାମର ବିସ୍ତାର : ଏଭଳି ପରିବର୍ତ୍ତନର ସ୍ପଷ୍ଟ ପ୍ରମାଣ ହେଉଛି ଯେ, ରାଷ୍ଟ୍ରୀୟ ରାଜମାର୍ଗ ନେଟୱାର୍କର ବିସ୍ତାରଣ ଯାହା ୨୦୧୪ ମସିହାରେ ହାରାହାରି ୯୧,୦୦୦ କିଲୋମିଟର ଥିଲା ଏବଂ ତାହା ୨୦୨୪ ମସିହାରେ ବୃଦ୍ଧି ପାଇ ୧.୪୬ ଲକ୍ଷ କିଲୋମିଟରରୁ ଅଧିକ ହୋଇପାରିଛି । ସାର୍ବଜନୀନ ନୀତି ଦୃଷ୍ଟିକୋଣରୁ, ଏହି ସବୁ ପରିଯୋଜନାଗୁଡିକ କ୍ଷିପ୍ରତାର ସହିତ ସମ୍ପୂର୍ଣ୍ଣ ହେବାର ସିଧାସଳଖ ଉଦ୍ଦେଶ୍ୟ ହେଲା ଏହା ସାମାଜିକ ଏବଂ ଆର୍ଥିକ ଫାଇଦା ଯଥା ଶୀଘ୍ର ପ୍ରାପ୍ତ ହେବା, ଗାଁ, ବଜାରଘାଟ ସହିତ ଜଡିତ ଏହିସବୁ ପ୍ରକଳ୍ପ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରିବାର ସୁବିଧା ପ୍ରାପ୍ତି ଏବଂ ଆପଦ ବିପଦରୁ ସୁରକ୍ଷା ପାଇବାର ଗତିବିଧି ତଥା ରାଷ୍ଟ୍ରୀୟ ସହନୀୟତା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା । ଚଳିତ ଦଶକର ଏକ ପ୍ରମୁଖ ବିଶେଷତା ହେଉଛି ସମୟବଦ୍ଧ ଭାବେ ଉତ୍ତର ଦାୟିତ୍ୱକୁ ସଂସ୍ଥାଗତ ରୂପ ପ୍ରଦାନ କରିବା । ପ୍ରଗତି (ସକ୍ରିୟ ଶାସନ ଏବଂ ସମୟବଦ୍ଧ ଭାବରେ କାର୍ଯ୍ୟାନ୍ୱୟନ)ର ଆରମ୍ଭ ଠାରୁ ନେଇ ଜଟିଳ, ଆନ୍ତଃ-ମନ୍ତ୍ରାଳୟସ୍ତରୀୟ ପରିଯୋଜନାଗୁଡିକର ପ୍ରବନ୍ଧନକୁ ଏକ ନୂତନ ଦିଗ ପ୍ରାପ୍ତ ହୋଇପାରିଛି ।
ଏଠାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ନୀତି ସଙ୍କେତ ହେଉଛି ସାଂସ୍କୃତିକ : ବିଳମ୍ବକୁ ବର୍ତ୍ତମାନ ସାମାନ୍ୟ ବୋଲି ଆଉ ବିବେଚନା କରାଯାଉନାହିଁ ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବା ସଂସ୍ଥା ଉପରେ ସମର୍ପଣ କରାଯାଉଛି । ଏହାର ପରିଣାମ ସ୍ୱରୂପ, ବଡ ବଡ ଏବଂ ପ୍ରଯୁକ୍ତିଯୁକ୍ତ ସ୍ୱରୂପ ଠାରୁ ନେଇ ଆହ୍ୱାନପୂର୍ଣ୍ଣ ପରିଯୋଜନା ପର୍ଯ୍ୟନ୍ତ, ଯାହା କେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧାରେ ପଡି ରହିଥିଲା । ବର୍ତ୍ତମାନ ପୂର୍ବାନୁମାନ ଏବଂ ଅନୁଶାସନ ସହିତ ପ୍ରଗତି କରିବାକୁ ଆରମ୍ଭ କରିଛି । ଏହାର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ନିର୍ମାଣାଧୀନ ପରିଯୋଜନାଗୁଡିକରେ ସହଯୋଗାତ୍ମକ ସଂଘବାଦକୁ ଅଧିକ ମଜଭୁତ କରାଯାଇଛି । କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ନିୟମିତ ଭାବେ ବିଭିନ୍ନ ସ୍ତରରେ ଆଲୋଚନା ଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସୃଷ୍ଟି କରାଯାଇଥିବା ବାତାବରଣ ଏଭଳି ପରିବର୍ତ୍ତନ ଘଟାଇଛି ।
ବହୁବିଧ ଫର୍ମାଟରେ ଯୋଜନା : ସମ୍ପତ୍ତିରୁ ନେଟୱାର୍କ ପର୍ଯ୍ୟନ୍ତ
ଭାରତର ଭିତ୍ତିଭୂମି ରଣନୀତି ପରିବହନ ସଂଯୋଗୀକରଣରୁ ପ୍ରତିଯୋଗିତାମୂଳକତା ପର୍ଯ୍ୟନ୍ତ ମଧ୍ୟ ବିକଶିତ ହେଉଛି । ରାସ୍ତାଗୁଡ଼ିକୁ ଆଉ କେବଳ ଶେଷ ବିନ୍ଦୁ ଭାବରେ ଯୋଜନା କରାଯାଉନାହିଁ, ବରଂ ଏକ ବ୍ୟାପକ ଲଜିଷ୍ଟିକ୍ସ ଏବଂ ପରିବହନ ଇକୋସିଷ୍ଟମର ଅଂଶ ଭାବରେ ଯୋଜନା କରାଯାଉଛି । ଦେଶର ରାଜପଥଗୁଡିକ ରେଳବାଇ, ବନ୍ଦର, ବିମାନ ବନ୍ଦର ଏବଂ ସହରାଞ୍ଚଳ ପରିବହନ ସହିତ ଏକୀକୃତ କରିବା ।ନୀତି ନିର୍ମାତାମାନଙ୍କ ସକାଶେ, ଏଭଳି ପରିବର୍ତ୍ତନ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାକୁ ରେଖାଙ୍କିତ କରେ । ନିର୍ମାଣ କ୍ଷେତ୍ରର ଦକ୍ଷତା କେବଳ ପରିସଂଖ୍ୟାନର ଗୁଣବତ୍ତା ଦ୍ୱାରା ନୁହେଁ, ବରଂ ପରିସମ୍ପତ୍ତିମାନଙ୍କ ମଧ୍ୟରେ ସମନ୍ୱୟ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
ନିବେଶ ଏବଂ ଉଦ୍ୟୋଗ ଜଗତ ନିମନ୍ତେ ଭରସାର ଲାଭ: ସ୍ପଷ୍ଟ ନୀତି, ଶୀଘ୍ରତାର ସହିତ ନିର୍ଣ୍ଣୟ ଚକ୍ର ଏବଂ ଦୃଶ୍ୟମାନ ଯୋଗ୍ୟ କାର୍ଯ୍ୟାନ୍ୱୟନ ଗତି ନିବେଶକମାନଙ୍କ ଧାରଣାକୁ ବଦଳାଇ ଦେଇଛି । ଭାରତରେ ନିର୍ମାଣକୁ ଏକ ସ୍ଥିର ଏବଂ ଦୀର୍ଘକାଳୀନ ନିବେଶର ସମ୍ଭାବନା ଭାବରେ ଦେଖା ଯାଉଛି । ଭାରତର ନିର୍ମାଣ କ୍ଷେତ୍ରର ବିସ୍ତାରଣ ପରେ ବର୍ତ୍ତମାନ ତାହା ଆଗାମୀ ପର୍ଯ୍ୟାୟରେ ପ୍ରବେଶ କରିଚାଲିଛି । ଭାରତର ନିର୍ମାଣ କ୍ଷେତ୍ରର ଯାତ୍ରାକୁ ବର୍ତ୍ତମାନ ଏହାର ଆଭିମୁଖ୍ୟ କିମ୍ବା କାର୍ଯ୍ୟକ୍ଷମତାର ଅଭାବରୁ କଦାପି ରୋକା ଯାଇପାରିବ ନାହିଁ । ଆଗାମୀ କାର୍ଯ୍ୟ ଏହିଭଳି ପ୍ରଣାଳୀଗୁଡିକୁ ଅଧିକ ଗଭୀର କରିବା, ସଂସ୍ଥାଗତ ନିରନ୍ତରତାର ସୁରକ୍ଷା ପ୍ରଦାନ ଏବଂ ଏହା ସୁନିଶ୍ଚିତ କରିବା ଜରୁରୀ ଯେ ନିର୍ମାଣ କ୍ଷେତ୍ରକୁ ସମାବେଶୀ, ପ୍ରତିସ୍ପର୍ଦ୍ଧୀ ଏବଂ ସୁଦୃଢ ବିକାଶ ନିମନ୍ତେ ଏକ ଆଧାର ରୂପେ କାର୍ଯ୍ୟ କରୁଛି ।
ଲେଖକ: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ),
ମହାରାଷ୍ଟ୍ର ଏବଂ ସଡ଼କ ଓ ରାଜପଥ ଜାତୀୟ କମିଟିର ଅଧ୍ୟକ୍ଷ
Samir Kumar Rout