ମହିଳା ଚଲାଇବେ ‘ଆମ-ବସ୍‌’

ମହିଳା ଚଲାଇବେ ‘ଆମ-ବସ୍‌’

ଭୁବନେଶ୍ୱର : ଏବେ ଆମ ବସ୍‌ ଚଲାଇବେ ମହିଳା ଗତକାଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ‘ଆମ-ବସ୍‌’ ସେବା ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ । ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌ ଚାଳନା ତାଲିମ ପାଇଁ ପୁନେ ପଠାଯିବ । ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ମହିଳା ଚାଳକଙ୍କ ଉପରେ ଗୁରୁତ୍ୱ ଦିଆଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଷ୍ପତ୍ତି ହୋଇଛି, ଖୁବ୍‌ଶୀଘ୍ର କ୍ରୁଟ୍‌ ଡିପୋ ପରିସରରେ ତାଲିମ ଅନୁଷ୍ଠାନ ନିର୍ମାଣ କରାଯିବ । ଏଠାରେ ବ୍ୟବହାରିକ, ଆଚରଣଗତ, ପ୍ରଶିକ୍ଷଣ ସହ ଟ୍ରାଫିକ ନିୟମ ଓ ଲେନ୍‌ ଡ୍ରାଇଭିଂ ଭଳି ଅନେକ ଦିଗରେ ଗୁରୁତ୍ୱ ଦିଆଯିବ । ଏହାସହ ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍‌ ଚଳାଚଳକୁ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।