ଏୟାରଟେଲ୍ ପକ୍ଷରୁ ଅଲ-ଇନ-ୱାନ ଓଟିଟି ଏଣ୍ଟରଟେନମେଣ୍ଟ ପ୍ୟାକ୍ର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ ପାଇଁ ନୂଆ ଅତୁଳନୀୟ ମନୋରଂଜନ ପ୍ୟାକ ଘୋଷଣା କରାଯାଇଛି । ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜି୫ ଓ ସୋନିଲିଭ ସମେତ ୨୫ରୁ ଅଧିକ ଶ୍ରେଷ୍ଠ ଓଟିଟି ପ୍ଲାଟଫର୍ମକୁ ନେଇ ଶିଳ୍ପର ଏକ ଅଗ୍ରଣୀ ପୋର୍ଟଫୋଲିଓ ପ୍ରଦାନ କରି ଏୟାରଟେଲ ଭାରତର ଏକମାତ୍ର ଟେଲିକମ କମ୍ପାନୀ ଭାବେ ଏଭଳି ବ୍ୟାପକ ମନୋରଂଜନ ଅନୁଭୂତି ପ୍ରଦାନ କରୁଛି । ମାସିକ ବୈଧତା ସହ ୨୭୯ ଟଙ୍କାରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ଶୁଭାରମ୍ଭ ପ୍ୟାକ୍ ସହିତ ଗ୍ରାହକମାନେ ବ୍ୟାପକ ପ୍ରକାରର ଲୋକପ୍ରିୟ ଷ୍ଟ୍ରିମିଂ ପ୍ଲାଟଫର୍ମ ହାସଲ କରିପାରିବେ ଯାହାର ମୂଲ୍ୟ ହେଉଛି ୭୫୦ ଟଙ୍କା । ଏୟାରଟେଲ ଏକମାତ୍ର ଟେଲିକମ କମ୍ପାନୀ ଭାବେ ଏତେ ବ୍ୟାପକ ଓଟିଟି ଷ୍ଟ୍ରିମିଂ ବିକଳ୍ପର ସୁବିଧା ପ୍ରଦାନ କରୁଛି । କମ୍ପାନୀ ପକ୍ଷରୁ ୫୯୮ ଟଙ୍କାରେ ମନୋରଂଜନ ପ୍ୟାକ ସହ ଅସୀମିତ ୫ଜି ଡାଟାକୁ ବଣ୍ଡଲଡ କରାଯାଇଛି ଯାହା ଅସୀମିତ ମନୋରଂଜନ ସୁନିଶ୍ଚିତ କରିବ । ଗ୍ରାହକମାନେ ଏବେ ଗୋଟିଏ ପ୍ୟାକରେ ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜୀ୫, ସୋନିଲିଭ, ଲାୟନ୍ସଗେଟପ୍ଲେ, ଏଏଚଏ, ସନନେକ୍ସଟ, ହୋଇଚୋଇ, ଏରସନାଓ ଓ ସେମାରୋମି ଭଳି ଅଗ୍ରଣୀ ଓଟିଟି ପ୍ଲାଟଫର୍ମର ବ୍ୟାପକ ଟିଭି ସୋ, ବ୍ଲକବଷ୍ଟର ସିନେମା ଓ ବୃତ୍ତଚିତ୍ର (ଡକୁ୍ୟମେଣ୍ଟାରୀ)କୁ ହାସଲ କରିପାରିବେ ।