ଓଳାଭର କପ କ୍ରିକେଟ ସେମିରେ ଘରୋହୀ ଓଳାଭର
ରାଜକନିକା: ଓଳାଭର ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ କାଳୀ ପଡ଼ିଆରେ ଚାଲିଥିବା ୨୪ତମ ଓଳାଭର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଳାଭର ଆଥଲେଟିକ ଆସୋସିଏସନ ଓଳାଭର ବଳଦେବ ଜୀଉ କ୍ଲବ ସାଲେପୁରକୁ ୩୪ ରନ୍ରେ ପରାସ୍ତ କରି ତୃତୀୟ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି ଜ୍ଝ ଓଳାଭର ପ୍ରଥମେ ବ୍ୟାଟିଂ କରି ୧୯ ଓଭର ରେ ୧୧୮ ରନ କରିଥିବା ବେଳେ ସାଲେପୁର ୮୪ ରନରେ ସମସ୍ତ ଉଇକେଟ ହରାଇ ପରାଜୟ ବରଣ କରିଥିଲା । ଏହି ଖେଳରେ ମୁଖ୍ୟଅତିଥି ଭାବେ ବିଜେପି ନେତ୍ରୀ ସୁଜାତା ବାରିକ, ସମ୍ମାନିତଅତିଥି ପେଗରପଡା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ ଓ ଶିକ୍ଷାବିତ ସନାତନ ପୃଷ୍ଟି ପ୍ରମୁଖ ଯୋଗଦେଇ ଖେଳାଳୀଙ୍କ ସହିତ ପରିଚିତ ହେବା ସହ ବିଜେତା ଦଳର ବିଜୁଳି ମଥାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଆସୋସିଏସନ ସଭାପତି ଅରୁଣ ବାରିକ, ପ୍ରାକ୍ତନ ସମ୍ପାଦକ ଅକ୍ଷୟ ନାଥ, ସମ୍ପାଦକ ପ୍ରୟାଗ ନାୟକ, ସତ୍ୟ ପ୍ରକାଶ ଜଗତି, ସଞ୍ଜୟ ପୃଷ୍ଟି, ରାଖାଲ ଦେ, ସେକ ହାସୀମ, ଓ ମାନସ ନାୟକ ମିଳନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଉମାକାନ୍ତ ସେଠୀ ଓ ପ୍ରଭାତ ଦାସ ଖେଳ ପରିଚାଳନା କରିଥିବା ବେଳେ ଆସୋସିଏସନ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।