ଗୃହରକ୍ଷୀ ଚୟନ ଶାରୀରିକ ଦକ୍ଷତା ପରୀକ୍ଷା ସ୍ଥଗିତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଗୃହରକ୍ଷୀ ବିଭାଗରେ ଖାଲିଥିବା ୯୨ ଗୃହରକ୍ଷୀ ପଦବୀ ପୁରଣ ପାଇଁ ଏପ୍ରିଲ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶାରୀରିକ ଦକ୍ଷତା ପରୀକ୍ଷା ସ୍ଥଗିତ ରଖାଯାଇଛି । ଅନିବାର୍ଯ୍ୟ କାରଣ ବଶତଃ ଏହା ସ୍ଥଗିତ ରଖାଯିବା ସହ ପରବର୍ତ୍ତୀ ପରୀକ୍ଷା ତାରିଖ ର ସୂଚନା ଜନ ସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।