ମଦନ ମୋହନଙ୍କ ସ୍ମୃତିସଭା
ରାଜକନିକା : ରାଜକନିକା ବ୍ଲକ ପେଗରପଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା ସୁପରିଚିତ ସଙ୍ଗୀତଜ୍ଞ ସ୍ୱର୍ଗତ ମଦନ ମୋହନ ପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ତାଙ୍କ ଜନ୍ମ ମାଟି ପ୍ରତାପପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାକୁ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ ସଂଚାଳନ କରିଥିଲେ । ସଭାରେ ରାଜକନିକା ବିଇଓ ନଳିନୀକାନ୍ତ ରଞ୍ଜନ ରାଉତରାୟ, ପ୍ରକାଶ ବାରିକ, ରଜତ ପଣ୍ଡା, ପ୍ରଶାନ୍ତ ରଥ, ବିପ୍ରଚରଣ ନାୟକ, ରାଜକିଶୋର ପଣ୍ଡା, ବ୍ରଜ କିଶୋର ପଣ୍ଡା, ଅନିତା ପଣ୍ଡା, ସ୍ନେହାଞ୍ଚଳୀ ପଣ୍ଡା, ସ୍ୱାଗତିକା ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଆୟୋଜିତ ଏହି ସଭା ପରିଚାଳନାରେ ପରିବାର, ବନ୍ଧୁ ଓ ଗ୍ରାମବାସୀ ସହଯୋଗ କରିଥିଲେ ।