ହାଇକୋର୍ଟରେ ମାମଲା ବିଚାରଧୀନ ,  ଲିଜ ଦେବାକୁ ତହସିଲ ତତ୍ପର


ାା ପ୍ରଭାନୁ୍ୟଜ୍ାା କେନ୍ଦ୍ରାପଡା : ଘର ଆଗରେ ଥିବା ଗୋଚର ଜମି ଉପରେ ଗ୍ରାମର କେତେକ ଯୁବକ ଜୋର ଜବରଦସ୍ତ ଘର ନିର୍ମାଣ କରୁଥିବା ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି । ମାମଲା ନଂ-ଡବ୍ଲୁ.ପି.ସି ୫୮୯୩/୨୦ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କୋର୍ଟରେ ମିସ କେଶ ନଂ-୩୪/୨୦ ରେ ମାମଲା ବିଚାରଧୀନ ଥିବାବେଳେ ଏହାକୁ ଅଣଦେଖା କରି କେନ୍ଦ୍ରାପଡା ତହସିଲ ଭରତପୁର ଆରଆଇ ସର୍କଲ ଅଧିନ ଜଗନ୍ନାଥପୁର ଗ୍ରାମର ପ୍ଲଟ ନଂ-୩, ଖାତା ନଂ-୫୭୨, ରକବା ୦.୧୨ ଡିସିମିଲକୁ ଲିଜ ସୂତ୍ରେ ଦେବାପାଇଁ ତତ୍ପର ହେଉଥିବା ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବିଦ୍ୟାଧର ଜେନାଙ୍କ ବାସଗୃହ ଆଗରେ ଥିବା ଗୋଚର ଜମିରେ ବେଆଇନ ଭାବେ ଏକ କ୍ଲବ ଘର ନିର୍ମାଣ କରା ଯାଉଥିଲା । ଏହାକୁ ବିରୋଧ କରି ଶ୍ରୀ ଜେନା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ମାମଲା ବିଚାରାଧୀନ ଥିବାବେଳେ ପୁନର୍ବାର ସେହି ଜାଗାକୁ ଲିଜ ସୂତ୍ରେ ଦେବାପାଇଁ ତହସିଲ ପକ୍ଷରୁ ନୋଟିସ୍ ଲିଜ କେଶ ନଂ-୩/୨୩ ତା-୦୨.୦୨.୨୪ ଓ ପୁନଃ ସଂରକ୍ଷଣ ନୋଟିସ ନଂ-୦୧/୨୪ ତା-୨୫.୧୦.୨୦୨୪ ରେ ଜାରି କରିଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ମାମଲା ବିଚାରାଧୀନ ଥିବାବେଳେ ତହସିଲ କତୃପକ୍ଷ ଲିଜ ଦେବାକୁ କାହିଁକି ତତ୍ପର ହୋଇ ଉଠିଛନ୍ତି ତାହାକୁ ନେଇ ସାଧାରଣରେ ସାଧାରଣରେ ପ୍ରଶ୍ନ କରାଯାଉଛି । ତୁରନ୍ତ ନୋଟିସ୍ ପ୍ରତ୍ୟାହାର ପୂର୍ବକ ଏହି ଲିଜକୁ ବାତିଲ କରିବା ଓ ବିଚାର ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।