ଜିଲ୍ଲାପାଳଙ୍କୁ ହସ୍ତ ନିର୍ମିତ ସାମଗ୍ରୀ ପ୍ରଦର୍ଶିତ
କେନ୍ଦ୍ରାପଡା: କେନ୍ଦ୍ର୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଗୋଲରାହାଟ ଗ୍ରାମର ସୁନାମଧନ୍ୟ ଉକôଳ ଗ୍ରାମୀଣ ପ୍ରଡୁ୍ୟସର ଗ୍ରୁଫର ମହିଳା ମାନେ ବିଭିନ୍ନ ପ୍ରକାର ଖଦିର ହସ୍ତ ସାମଗ୍ରୀ ନିର୍ମାଣ କରି ଜିଲ୍ଲାପାଳଙ୍କୁ ପ୍ରଦର୍ଶିତ କରିଛନ୍ତି । ଉକôଳ ଗ୍ରାମୀଣ ପ୍ରଡୁ୍ୟସର ଗ୍ରୁଫରେ ପ୍ରାୟ ଶତାଧିକ ମହିଳା ନିଜର ପରିବାର ପୋଷଣ କରୁଥିବା ଜଣାପଡିଛି । ଏହି ଗ୍ରୁଫରେ ହସ୍ତ ଦ୍ୱାରା ନିର୍ମିତ ବିଭିନ୍ନ ରଂଗର ଖଦି କପଡା ଉପରେ ଏମ୍ବୋ୍ରଡରୀ ଡିଜାଇନ, ଟସର ଜ୍ୟାକେଟ, ଖଦି ସାର୍ଟ, ପଞ୍ଜାବୀ, ଲେଡିଜ କୃତି, ଲେଡିଜ ଡ୍ରେସ, ଟେବୁଲ କ୍ଲଥ, ଛାତ୍ରଛାତ୍ରୀଙ୍କ ଡ୍ରେସ, ଚାନ୍ଦୁଆ, ଡୋର ସ୍କ୍ରିନ, କାନ୍ଥରେ ଝୁଲା ଡିଜାଇନ ଆଦି କରିବା ସହ ବିଭିନ୍ନ ସାମଗ୍ରୀ ତିଆରି କରି ସରକାରଙ୍କର ମେଳା ମାଧ୍ୟମରେ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପ୍ରଦର୍ଶନ କରିବା ସହ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ମେଳାରେ ପ୍ରଦର୍ଶନ କରି ରୋଜଗାରକ୍ଷମ ହୋଇପାରିଛି । ଅନୁଷ୍ଠାନର ସଭାନେତ୍ରୀ ଲେସାତୁନ ବିବି ଓ ସଂପାଦିକା ରେସମା ବେଗମ ଜିଲ୍ଲାପାଳଙ୍କୁ ହସ୍ତ ନିର୍ମିତ ପ୍ରଦର୍ଶିତ କରି ଜିଲ୍ଲାପାଳଙ୍କୁ ତାଙ୍କ ଅନୁଷ୍ଠାନ ବୁଲି ଦେଖିବା ପାଇଁ ଅନୁରୋଧ କରିଛନ୍ତି । ଖଦି ଓ ଟସର କପଡା ଉପରେ ହସ୍ତ ନିର୍ମିତ ବିଭିନ୍ନ କଳାକୁ ଦେଖି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅନୁଷ୍ଠାନର ପ୍ରଶଂସା କରିଛନ୍ତି ।