ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସୂରଜଙ୍କ ଆହ୍ୱାନ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଉଦ୍ୟାପନୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ "ଆମ ଭାଷା ହେଉଛି ଆମ ପରିଚୟ । ଆମ ଓଡ଼ିଆ ଭାଷା ପାଇଁ ଆମେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇପାରିଛେ । ତେଣୁ ଆମ ଭାଷାର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ସରକାରୀ କାର୍ଯ୍ୟରେ ଯେପରି ଆମେ ଓଡ଼ିଆ ଭାଷାର ପ୍ରଚଳନ କରିବା ସେଥିପାଇଁ ଆମେ ଯନôବାନ ହେବା ଆବଶ୍ୟକ’ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ଟି ବିଭାଗରୁ ୧୫୦ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଆ ବାକ୍ୟ ଗଠନ, ଓଡ଼ିଆ ଭାଷାରେ ଟିପ୍ପଣୀ ଲିଖନ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ, ପ୍ରଶାସନିକ ଶବ୍ଦ ଚୟନ, ବନାନ୍ ଶୁଦ୍ଧତା ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଦେ୍ର୍ଦଶକ ଦେବପ୍ରସାଦ ଦାଶ, ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।