ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ ନିିଷ୍ପତ୍ତି ଅଗଣତାନ୍ତ୍ରିକ : ବିଜେଡି

ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ ନିିଷ୍ପତ୍ତି ଅଗଣତାନ୍ତ୍ରିକ : ବିଜେଡି

 ଭୁବନେଶ୍ୱର : ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ କରିବା କ୍ଷେତ୍ରରେ, ବିଡିଓ ମାନଙ୍କ କ୍ଷମତା କୌଣସି ପ୍ରତି ସ୍ୱାକ୍ଷର ବିନା ପୂର୍ବରୁ ୨ ଲକ୍ଷ ଥିବାବେଳେ, ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଗତକାଲି କ୍ୟାବିନେଟରେ ମଞ୍ଜୁରୀ ଦେଇଥିବା ବେଳେ ଆଜି ବିଜୁ ଜନତା ଦଳ ଏହାକୁ ଦୃଢ ସମାଲୋଚନା କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ବିଧାୟକ ଡ ଅରୁଣ କୁମାର ସାହୁ, ଦଳର ଉପସଭାପତି ତଥା ରାଜ୍ୟ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଓ ଅସମ୍ୱିଧାନିକ ବୋଲି କହିଛନ୍ତି  । ଡ ସାହୁ କହିଥିଲେ ଯେ, ନବୀନ ସରକାରଙ୍କ ସମୟରେ ପଞ୍ଚାୟତ ସମିତିକୁ ପ୍ରଭୂତ କ୍ଷମତା ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନର ବିଜେପି ସରକାର ପଞ୍ଚାୟତ ସମିତିର କ୍ଷମତା ପ୍ରତ୍ୟାହାର କରିବା ପାଇଁ ଅପଚେଷ୍ଟା କରୁଛି  । ପୂର୍ବରୁ ୨ ଲକ୍ଷରୁ ଊଦ୍ଧ୍ୱର୍ ପରିମାଣର ବିଲ୍ ଆସିଲେ, ସେଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତି ସ୍ୱାକ୍ଷର ଆବଶ୍ୟକ ଥିଲା  । ପରିବର୍ତ୍ତିତ ନିୟମ ଅନୁଯାୟୀ, ବିଲ୍ ମୂଲ୍ୟ ୧୦ ଲକ୍ଷ ପର୍ଯ୍ୟନ୍ତ ଥିଲେ କେବଳ ବିଡିଓଙ୍କ ସ୍ୱାକ୍ଷର ପର୍ଯ୍ୟାପ୍ତ ହେବ  । ପଞ୍ଚାୟତ ସମିତି ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ଗୁଡିକର ବିଲ୍ ମୂଲ୍ୟ ପ୍ରାୟତଃ ୧୦ ଲକ୍ଷରୁ ତଳେ ରହିଥାଏ  । କାଁ ଭାଁ ଗୋଟିଏ ଅଧେ ବିଲ୍ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଥାଏ  । ତେଣୁ, ସରକାରଙ୍କ ଏହି ନିଷ୍ପତ୍ତି କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ  । ଏହା କେବଳ ବାବୁରାଜକୁ ପ୍ରୋସôାହନ ଯୋଗାଉଛି  । ପ୍ରତାପ ଜେନା କହିଥିଲେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ତୃଣମୂଳ ସ୍ତରରେ କ୍ଷମତାର ବିକେନ୍ଦ୍ରିକରଣ  । ରାଜ୍ୟ ସରକାର ନିଜ କ୍ଷମତାର ଅପବ୍ୟବହାର କରି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।