କମଇ ଆୟୁ କମେ ସଂଚୟ

  ଅଭିମନୁ୍ୟ ଧଳ : 
ଶତୁଆ ସକାଳ ମୋ ବଡଭାଇ ବିଡିଟାଣି, ଖଣ୍ଡିଆବିଡିକ ଘର ପିଣ୍ଡା ଉପରେ ପକାଇଥିଲେ । ଏତିକି ବେଳେ ଦୁଈ ବର୍ଷ ସାନ ଝିଅ ସିନି ସେହି ଖଣ୍ଡିଆ ବିଡିକୁଧରି ଭାଇ ଓଠରେ ଲଗାଇ ପାଖରେ ଥିବା ଡିଆସିଲିକୁ ଧରାଇ ଦେଲା । ଭାଇ ରାଗିଯାଇ ତାକୁ ଚାପୁଡାଏ ମରିଲେ । ବୋଉ ସେଠାରେ ବସିଥିଲା, ତତ୍କ୍ଷଣାତ ଭାଇକୁ ଏକ ଶକ୍ତ ଚାପୁଡାଟାଏ ମାରିଲା । ତୁ ଆଉ ଦିନେ ଘରେ ବିଡି କି ସିଗରାଟ୍ ଟାଣିବୁନି । ଭାଇ ଯଦିଓ ଏ ବଦଅଭ୍ୟାସ ଛାଡିଦେଇଛନ୍ତି । ଘରେ ବିଡି ବା ସିଗାରେଟ ଟାଣିବା ଦା୍ୱରା ତାହା ଭବିଷ୍ୟତ ପିଢିଙ୍କ ଉପରେ କୁ-ପ୍ରଭାବ ପକାଏ । ଟିକେ ବଡ ହେଲେ ଲୁଚିଲୁଚି ଏସବୁ ଟାଣିଥାନ୍ତି । ଆମ ପିଲାଦିନେ ଦ୍ୱିତୀୟ ଶ୍ରେଣୀ ନୂଆ ପାଠ ବହିରେ ଦୁଇଧାଡିରେ କବିତା; ପାନ, ବିଡି ନୁହେଁ ଛୋଟିଆ ନିଶା, ଜଣା ପଡେ ନାହିଁ ଟାଣେ ପାଇସା । ବାସ୍ତବିକ ରାଜ୍ୟ, ଦେଶ ନୁହେଁ ସବୁ ଦେଶରେ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବିଡି, ସିଗାରେଟ୍ରୁ ଆରମ୍ଭ କରି ଶେଷରେ କିଲୋଗ୍ରାମ କୋଟି କୋଟି ଟଙ୍କାର ବ୍ରାଉନ ସୁଗାର, ହେରୋଇନ, ଚରସ୍ ଆଦି ନିଶା ଜାଲରେ ପଡିଯାଉଛନ୍ତି । ସତେ ଯେପରି ଏଥିରୁ ମୁକ୍ତିନାହିଁ । ଧୂମପାନ ସ୍ୱାସ୍ଥପକ୍ଷେ କ୍ଷତିକାରକ,ଏବେବି ଅନେକ ଲୋକ ଏହି ବିଷାକ୍ତ ଧୂଆଁ ପ୍ରେମରେ ପଡିଛନ୍ତିା ଘଣ୍ଟାକୁ ଘଣ୍ଟା ସେମାନେ ସିଗାରେଟ୍ ଟାଣନ୍ତି । କେତେକ ଏତେ ଅଭ୍ୟସ୍ତ ଯେ ଗୋଟିଏ ଶେଷ ହେଲେ ଆଉ ଗୋଟିଏ ଲଗାନ୍ତି । ଏମାନେ ଚେନ୍ ସୋ୍ମକର, ଗୋଟିଏ ସିଗାରେଟ ଜାଳିଲେ ମୋ୍ଟ ଅୟୁଷର ୁପା୍ରୟ ୨୦ ମିନିଟ କମାଇଦିଏ । ଯଦି ଜଣେ ଲୋକ ଦିନକୁ ଗୋଟିଏ ପ୍ୟକେଟ ସିଗାରେଟ ଟାଣନ୍ତି ତେବେ ୨୦୦ ମିନିଟ ଅର୍ଥାତ ୩ଘଣା୍ଟ ୨୦ ମିନି୍ଟ ଆୟୁ କ୍ଷୟ କରିନ୍ତି । ସର୍ବନିମ୍ନ ୧୦ ଟଙ୍କିଆ ସିଗାରେଟ ଦାମ ହେଲେ ଦିନକୁ ୧୦୦ ଟଙ୍କା ଓ ମାସକୁ ୩୦୦ ଟଙ୍କାର ବିଷ ଧୂଆଁ ନେଉଛେ । ଆମେ ପୁର୍ବରୁ ଜାଣିଥିଲୁ ଗୋଟିଏ ସିଗାରେଟ୍ ୧୧ମିନିଟ୍ ଆୟୁଷ କମାଏ । ନୂଆ ଗବେଷଣା ଏହାକୁ ଭୁଲ ପ୍ରମାଣିତ କରିଛନ୍ତି । ୟୁନିଭର୍ସିଟି କଲେଜ ଲଣ୍ଡନରେ ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଗୋଟିଏ ଗୋଟିଏ ସିଗାରେଟ ଟାଣିବା ଦା୍ୱରା ଜଣେ ମହିଳାଙ୍କର ୨୨ମିନିଟରେ ଆୟୁଷ କମେ ଓ ଜଣେ ପୁରୁଷର ୧୭ ମିନିଟ୍ ଆୟୁଷ କମେ । ଗୋଟିଏ ସିଗାରେଟ୍ ମହିଳା ଓ ପୁରୁଷଙ୍କ ହାରାହାରି୨୦ମିନିଟ୍ର ଆୟୁଷ କମାଏ,ବ୍ରିଟେନର ସ୍ୱାସ୍ଥ ବିଭାଗ ଏହାକୁ ଗ୍ରହଣ କରିଛି । ଏଥିରେ ଧୂମପାନ ଶରୀରରେ ସାମୂହିକ କ୍ଷତି କରିଥାଏ, ସେ ବିଷୟରେ ଉଲ୍ଲେଖ ଅଛି । ଏହାର ଅର୍ଥ ଜଣେ ବ୍ୟକ୍ତି ଯେତିକି ଶିଘ୍ର ଧୂମପାନ ଛାଡିବେ ସେସତିକ ଅଧିକ ବର୍ଷ ବଂଚିପାରିବେ । ସେହିପରି ସ୍ୱାସ୍ୟ୍ଥଗତ ସମସ୍ୟାରୁ ମଧ୍ୟ ଦୂରେଇ ରହିବେ । ସିଗାରେ ଛାଡିବା ଦା୍ୱରା କଣ ମିଳଥାଏ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି । ଉଦାହରଣ ଭାବେ୨୦୨୫ ଜାନୁଆରୀ ୧କୁ ନିଆଯାଇଛି । ଯଦି ଜଣେ ଜାନୁୟାରି ୧ ରୁ ସିଗାରେଟ୍ ଟାଣିବା ବନ୍ଦ କରନ୍ତି । ଏକ ପ୍ୟାକେଟ ସିଗାରେଟ୍ ଟାଣୁଥିବା ବ୍ୟକ୍ତି ୮ଦିନରେ ଅୟୁଷକୁ ଗୋଟିଏ ଦିନ ହା୍ରଶ୍ରକୁ ରୋକିପାରିବେ । ସିଗାରେଟ୍ ଛାଡିଥିବା ବ୍ୟକ୍ତି ଫେବୃୟାରୀ ସୁଧା ନିଜ ଆୟୁଷରେ ଗୋଟିଏ ସପ୍ତାହ ଯୋଡିବାକୁ ସକ୍ଷମ ହେବେ । ଅଗଷ୍ଟ ସୁଧା ସିଗାରେଟ୍ ଛାଡିଥିବା ବ୍ୟକ୍ତି ନିଜ ଆୟୁସକୁ ଗୋଟିଏ ମାସ ବୃଧିକରିପାରିବେ । ଏକ ସତ୍ୟ ପ୍ରକାଶିତ ବିଶ୍ୱସ୍ତରୀୟ ଅନୁଧ୍ୟାନ ଅନୁଯାଇ, ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇ ପାରିଲେ ପରୁଷଙ୍କ ହାରାହାରି ଜୀବନଧାରଣା କ୍ଷମତା ୧ବର୍ଷ ଓ ମହିଳାଙ୍କପାଇଁ ୦.୨ ବର୍ଷ ବଢ଼ିଯିବ । ବିଗତ ତିନି ଦଶନ୍ଧି ଭିତରେ ବିଶ୍ୱରେ ଧୂମପାନ ଯୋଗୁଁ ୧୭.୫୦ କୋଟି ଲୋକଙ୍କର ମୃତୁ୍ୟ ଘଟିଛି । ତେବେ ତମାଖୁ ସେବନ ସମ୍ପୂର୍ଣ୍ଣ ନିଷେଧ କଲେ ୨୦୯୫ ମସିହା ସୁଦ୍ଧା ଫୁସଫୁସ କର୍କଟରୁ ୧୨ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ । ଅମେରିକାର ଓା୍ୱସିଙ୍ଗଟନ ବିଶ୍ୱବିଦ୍ୟାଳୟ ଅଧୀନ ଇନଷ୍ଟିଚୁ୍ୟଟ ଅଫ ହେଲ୍ଥ ମାଟ୍ରିକ ଆଣ୍ଡ ଇଭାଲୁଏସନର ଗବେଷକମାନେ ଅହୁରି ପୂର୍ବାନୁମାନ ଲଗାଇଛନ୍ତି । ଧୂମପାନକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ପଦକ୍ଷେପ ନେଲେ ନଷ୍ଟ ହେବାକୁ ଥିବା ୮୭୬ ନିୟୁତବର୍ଷର ଜୀବନକୁ ରକ୍ଷା କରାଯାଇପାରିବ ।
ସୂଚନାଯୋଗ୍ୟ କୌଣସି ବିଦେଶରେ ଏକ ନିର୍ଦ୍ଧିଷ୍ଟ ବର୍ଷପରେ ଜନ୍ମ ନେଇଥିବା ବ୍ୟକ୍ତିବିଶେଷଙ୍କୁ ତମାଖୁ ବିକ୍ରି ନିଷେଧ ଭଳି ଆଇନ କାର୍ଯ୍ୟକାରୀ କରାଯାଇନାହିଁା ନିୟତି ବ୍ରହ୍ମାଣ୍ଡରେ ୨୦୨୨ ରେ କଥିତ ଏକ ଆଇନ ଅନୁଯାୟୀ ୨୦୦୯ ମସିହା ପରେ ଜନ୍ମଗ୍ରହଣ କରିଥିବା କିଶୋରମାନଙ୍କୁ ତମାଖୁ ବିକ୍ରି ନିଷେଧ କରାଯାଇଥିଲା । ମାତ୍ର ଚଳିତବର୍ଷ ଆରମ୍ଭରେ ସେହି କଟକଣାକୁ ଉଠାଇ ଦିଆଯାଇଛି । ଅନେକ ଦେଶରେ ଧୂମପାନ ନିଷେଧ ଆଇନ ବଳବତ୍ତର ରହିଥିଲେ ମଧ୍ୟ,ଧୂମପାନ ହିଁ ପ୍ରମୁଖ ସ୍ୱାସ୍ଥ ସମସ୍ୟା ଓ ମୃତୁ୍ୟ ପାଇଁ ଦାୟୀ ରହିଛି । ଯଦିଓ ସାମ୍ପ୍ରତିକ ଦୃଶ୍ୟପଟ ଅନୁଯାୟୀ ବିଶ୍ୱବ୍ୟାପୀ ଧୂମପାନ ପ୍ରଚଳନର ହ୍ରାସ ଘଟିବ  ତଥାପି ଧୂମପାନ ଯୋଗୁଁ ଭବିଷ୍ୟତରେ ଯଥେଷ୍ଟ ଆର୍ଥିକ ବୋଝ ସହିବାକୁ ପଡିବ । ତେବେ ୨୦୫୦ ମସିହା ସୁଦ୍ଧା ତମାଖୁ ବର୍ଜନ ଦା୍ୱରା ଜନ୍ମ ସମୟରେ ଆଶାତୀତ ଆୟୁ ଲାଭ ସମ୍ଭବ ହେବ ବୋଲି ଗବେଷକମାନେ କହିଛନ୍ତି । ଆପଣ ମନେପକାନ୍ତୁ କେତେବର୍ଷ ହେବ ଧୂମପାନ ଅଭ୍ୟାସ କରି ଆଜି ପର୍ଯ୍ୟନ୍ତ କେତେଟଙ୍କା ପୋଡି ଦେଇ ଧୂଅାଁ ଛାଡିଛନ୍ତି, କେତେ ରୋଗ କିଣିଛନ୍ତି । କେତେ ଆୟୁଷ ନଷ୍ଟ କରିଛନ୍ତି । ଯେଉଁଦିନ ଏହାକୁ ଓଠ ରେ ଲଗାଇଥିବେ କେହି ଜଣେ ସାଙ୍ଗ ବାରମ୍ଭାର ଅନୁରୋଧ କରି ସଫଳ ହୋଇଥିବେ । ସେ କଣ ଭଲ ସାଙ୍ଗ! କେବେ ନୁହେଁ । ଆପଣ ଜଦି ଏହି କାହାକୁ ଯାଚି ସିଗାରେଟ ଦେଇ ଟାଣିବାକୁ ଅନୁରୋଧ କରିଥିବେ ଆପଣ ମଧ୍ୟ ଜଣେ ଭଲ ସାଙ୍ଗ ନୁହନ୍ତି । ଗାଁ ସଡ଼କ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ସବୁ ବର୍ଜ୍ୟବସ୍ତୁକୁ ସଫାକରିବାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯେଉଁମାନେ ଏହି ସବୁ ଅଭ୍ୟାସ କରିନାହାନ୍ତି ସେମାନେ ମଧ୍ୟ ହିସାବ କରନ୍ତୁ କେତେ ଅର୍ଥ ଓ ଆୟୁଷ ରକ୍ଷା କରିଛନ୍ତି । ସର୍ବସାଧାରଣ ସା୍ଥନରେ ସିଗାରେଟ ଟାଣୁଥିବା ଲୋକ ପାଖ ଦେଇ ଟାଣୁନଥିବା ଲୋକଟି ଚାଲି ତାହାର ତାହାର ଉକôଟ ଗନ୍ଧରେ କିପରି ଅଣନିଃଶା୍ୱସୀ ହେଇଯାଏ ତାହା ଅନୁଭବୀ ହିଁ କହିପାରିବ । ଏବେ ନିଶାର କବଳରେ ବିଶ୍ୱର ଯୁବପିଢି କଲେଜରେ ନାମଲେଖା ହେଉ ଅବା ଚାକିରି ନିଯୁକ୍ତି ବେଳେ ଯୁବକ ଯୁବତୀମାନଙ୍କ ନିଶାଭ୍ୟାସ ପରୀକ୍ଷା କରାଯାଇ ଯେଉଁମାନେ କୌଣସି ନିଶା କରୁନାହାନ୍ତି ସେମାନଙ୍କୁ ପ୍ରଥମେ ନିଯୁକ୍ତି ସୁଯୋଗ ଦିଆଯିବା ଉଚିତ । ଏବେ ପୁଣି ସର୍ବସାଧାରଣ ସା୍ଥନରେ ଧୂମପାନ ଚାଲିଲାଣି । ଏମାନଙ୍କୁ ଜୋରିମନା କଲେ ଅନ୍ୟମାନେ ବିପଦରୁ ରକ୍ଷାପାଇପାରିବେ । ସମଗ୍ର ବିଶ୍ୱ ଏହି ନୀତି ଆପଣେଇବା ଜରୁରି ହୋଇପଡିଛି ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୮୬୧୦୪୮୦୫୨