କର୍କଟ ସଚେତନତା ଅଭିଯାନ
କାଳିଆପାଣି :- ସାମାଜିକ ସଂଗଠନ ୟୁଆଇଏସ କ୍ୟାନ୍ସର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଯାଜପୁର ଜିଲା ଖଣି ଅଞ୍ଚଳ ସହ ରାଜ୍ୟରେ ଶିଶୁ କର୍କଟ ରୋଗୀ ମାନଙ୍କୁ ସେବା ଯୋଗାଇବା, ନୁ୍ୟଟ୍ରେସନ୍ ଫୁଡ୍, ଆଶ୍ରୟସ୍ଥଳ ପ୍ରଦାନ, କର୍କଟ ସଚେତନତା ସହ ଏହି ଦିଗରେ ଗବେଷଣା, ରୋଗୀ ନିରୂପଣ ନେଇ ଶିବିର ଅୟୋଜନ, କଟକ ବଡ଼ ମେଡିକାଲ-ଆଚାର୍ଯ୍ୟ ହରିହର ସହ ଟାଟା ମେମୋରିଆଲ ମୁମ୍ୱାଇ, ଏଆଇଆଇଏମଏସ୍ ଓଡ଼ିଶା ଓ ଦିଲ୍ଲୀରେ କ୍ୟାନସର ରୋଗୀ ମାନଙ୍କୁ ଚିକିତ୍ସା ଯୋଗାଇବା ସହାୟତା ପ୍ରଦାନ ଆଦି ଅନନ୍ୟ ସେବାକାର୍ଯ୍ୟ କରି ଆସୁଛି । ଦୈନନ୍ଦିନ ଜୀବନରେ ଅସହାୟ ରୋଗୀ ମାନଙ୍କୁ ରକ୍ତ ଯୋଗାଇବା ସହ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ, ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରି ଟ୍ରଷ୍ଟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଅଭିଯାନକୁ ସଫଳ କରାଯିବା ସହ ଆହୁରି ଲୋକାଭିମୁଖୀ କରିବାକୁ ଟ୍ରଷ୍ଟ ଅଧ୍ୟକ୍ଷ ସଙ୍ଗଠକ ଇଂ.ଗୋପାଳକୃଷ୍ଣ ଦାସ ସାଧାରଣରେ ନିବେଦନ କରିଛନ୍ତି ।