ଘରୁ କଳା କନା ବୁଲାଇଲେ ଚୋର
ଧାମନଗର : ଧାମନଗର ଥାନା ସୋହଡ଼ା ପଞ୍ଚାୟତ ମିଶ୍ରପୁର ଗ୍ରାମରେ ଘରେ ଚୋର ପସି ବିଭିନ୍ନ ଘୋରୋଇ ସାମଗ୍ରୀ ଚୋରି କରିବା ଅଭିଯୋଗରେ ପୁଲିସ ତଦନ୍ତ କରୁଛି । ସୂଚନା ଥାଉ କି, ଗ୍ରାମରେ ଯାତ୍ରା ହେଉଥିଲା ରାତିରେ ସରସ୍ୱତୀଙ୍କ ପରିବାର ଲୋକ ଖାଇ ସାରି ଘର ଚାବି ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର ଚାବି ଭାଙ୍ଗି ଗ୍ରିଲ୍ ଓ କବାଟକୁ ଶାବଳରେ ତାଡି ନଗଦ ୨୦ ହଜାର ଟଙ୍କା, ଦୁଇ ଭରିରୁ ଅଧିକ ସୁନା, ୨୫୦ ଗ୍ରାମରୁ ଅଧିକ ରୂପା ଅଳଂକାର, କଂସା, ପିତ୍ତଳ, ଷ୍ଟିଲ ବାସନ, ଦାମିକା ଶାଢୀ ନେଇଛନ୍ତି । ତେବେ ଯାତ୍ରାରୁ ଘରକୁ ଫେରି ଦେଖନ୍ତି ତ ଘର ତାଲା ଭଙ୍ଗା ହୋଇଛି । ଏନେଇ ସରସ୍ୱତୀଙ୍କ ସ୍ୱାମୀ ସୁଶାନ୍ତ କୋଲକାତାରେ ଥିବାରୁ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ସନ୍ଧାନି କୁକୁର ଲଗାଇ ତଦନ୍ତ କରିଛି । ଖୁବ ଶୀଘ୍ର ଚୋରକୁ ଗିରଫ କରାଯିବ ବୋଲି ଥାନାଧିକାରି ଗୋପାଳ ଜେନା କହିଛନ୍ତି । ତେବେ ଏହି କିଛିଦିନ ହେବ ଲଗାତାର ଭାବେ ଚୋରି ବୃଦ୍ଧି ପାଇଛି । ପୁଲିସ ଅଧିକ ସଚେତନ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଚି ।