କାଠ ବୋଝେଇ ପିକ୍ଅପ୍ ଜବତ

 ନୀଳଗିରି:  ପେଟ୍ରୋଲିଂ ସାରି ଫେରୁଥିବା କୁଳଡ଼ିହା ବନବିଭାଗର ଏକ ଟିମ ଗୋଟିଏ କାଠବୋଝେଇ ଗାଡ଼ିକୁ  ଜବତ କରି ନୀଳଗିରି ବନବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କୁଳଡିହା ବନବିଭାଗ ପୂର୍ବାହ୍ନରେ ପେଟ୍ରୋଲିଂ ସାରି ଫେରୁଥିବାବେଳେ ଜାମୁଡିହା ଅଞ୍ଚଳରୁ ଏକ ପିକଅପ୍ ନଂ ଓଆର -୦୧ଏଫ୍ ୨୦୨୨ ଗାଡ଼ିରେ କାଠ ଲୋଡ କରି ରେମୁଣା ଅଞ୍ଚଳକୁ ଯାଉଥିବା ସମୟରେ ବାଲିଗୋହିରୀ ନିକଟରେ ଜବତ କରିଥିଲା । ପରେ ସଂପୃକ୍ତ କାଠଗାଡ଼ିଟି ନୀଳଗିରି ବନବିଭାଗ ଅଧିନରେ ଆସୁଥିବା ଜାଣି ନୀଳଗିରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ଜବତ ଗାଡ଼ିରେ ୬୪.୫୧ସିପଟ୍ ତୁଡୁରା ଓ ଆମ୍ବ ଗଣ୍ଡି ଲୋଡ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କା ହେବ ବୋଲି ଫରେଷ୍ଟର ରାମଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି । ତେବେ ଆଜିର ଏହି ଘଟଣାରେ ତଥ୍ୟ ଦେବାକୁ ଉଭୟ ବନବିଭାଗ ଟାଳଟୁଳ ନୀତି ଗ୍ରହଣ କରିଥିବା ବେଳେ ସଲାସୁତରାରେ ଦୁର୍ନୀତିରେ ସଂପୃକ୍ତ ଥିବା ଅଞ୍ଚଳବାସୀ ସନେ୍ଦହ କରିଛନ୍ତି ।