ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ
ସାରସକଣା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ସ୍ଥିତ କୁମ୍ଭାର ମୁଣ୍ଢାକଟା ଗ୍ରାମରେ ପୂଜାର୍ଚ୍ଚନା ସମୟରେ ଜଣେ ଯୁବକଙ୍କର ଆକସ୍ମିକ ମୃତୁ୍ୟ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପାକୁ ହରାଇ ପିଲାମାନେ ନିଃସହାୟ ହୋଇପଡିଥିବା ବେଳେ ଏକମାତ୍ର ଘରର ରୋଜଗାର କରୁଥିବା ସ୍ୱାମୀକୁ ହରାଇ ସ୍ତ୍ରୀ ଆଜିବି ସଂସାର ବୋଝ କେମିତି ମୁଣ୍ଡାଇବେ ସେ ଚିନ୍ତାରେ ଦିନ କାଟୁଛନ୍ତି । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଇଣ୍ଡଷ୍ଟ୍ରିଆଲ ଏରିଆ ସୋମନାଥପୁର ଗ୍ରାମର ଦେବେନ୍ଦ୍ର ବିଶ୍ୱାଳ । କିଛିଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ସ୍ଥିତ ପୋଖରୀ ମୁଣ୍ଡାକଟା ଗ୍ରାମରେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା ଆୟୋଜିତ ହୋଇଥିଲା । ଏଥିରେ ସାମିଲ ହେବାକୁ ବାଲେଶ୍ୱର ଅଞ୍ଚଳରୁ ଏକ ଟିମ୍ ଆସିଥିଲା । ଯେଉଁଥିରେ ଦେବେନ୍ଦ୍ର ସାମିଲ ହୋଇଥିଲେ । ହେଲେ ଘଟ ଆଣିବା ସମୟରେ ଦେବେନ୍ଦ୍ର ସାଥିମାନଙ୍କ ସହ ଠାକୁରାଣୀଙ୍କ ସମ୍ମୁଖରେ ନୃତ୍ୟ କରୁ କରୁ ଟଳି ପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ କେନ୍ଦ୍ର କରି ଝାରପୋଖରୀଆ ଥାନାରେ ୧୨/୨୦୨୫ ଅନୁଯାୟୀ ମାମଲା ରୁଜୁୁ କରାଯାଇ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ବାରିପଦା ମେଡିକାଲକୁ ପଠାଯାଇଥିଲା । ପରେ ମୃତଦେହକୁ ପରିବାର ଲୋକକୁ ହସ୍ତାନ୍ତର କରାଯାଇଥିଲା । ଦେବେନ୍ଦ୍ରଙ୍କ ଅକସ୍ମାତ୍ ବିୟୋଗକୁ ନେଇ ପରିବାର ଭାଙ୍ଗିପଡିଛି । ବାପାକୁ ହରାଇ ପିଲାମାନେ ନିଃସହାୟ ହୋଇପଡିଥିବା ବେଳେ ସ୍ୱାମୀକୁ ହରାଇ ସ୍ତ୍ରୀ ଭାଙ୍ଗିପଡିଛି । ଛୁଆ ଗୁଡିକଙ୍କ ଭବିଷ୍ୟତ କେମିତି ଗଢିବେ ସେ ନେଇ ଚିନ୍ତାରେ ପରିବାର । ତେଣୁ ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି ।