କ୍ଷୟକ୍ଷତି ଅନୁଧ୍ୟାନ କଲେ ମନ୍ତ୍ରୀ ରବିନାରାୟଣ
ାା ପ୍ରଭାନୁ୍ୟଜ ।ା ନୀଳଗିରି: ବାତ୍ୟା "ଦାନା’ ପ୍ରଭାବରେ ନୀଳଗିରି ଉପଖଣ୍ଡର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଚାଷ ଜମିରେ ପାଚିଲା ଧାନ କ୍ଷେତରେ ବନ୍ୟା ଜଳ ପ୍ଳାବିତା ହୋଇ ବହୁ ଚାଷ ଉଜୁଡି ଯିବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କର ଗ୍ରାମ୍ୟଉନ୍ନୟନ ପଞ୍ଚାୟତି ରାଜ, ପାନୀୟ ଜଳ, ବିଭାଗର ମନ୍ତ୍ରୀ ରବିନାରାୟଣ ନାୟକ ପ୍ରଥମେ ଈଶ୍ୱରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ଳାବିତ ତଳିଆ ଅଞ୍ଚଳ ଓ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଥିଲେ । ପରେ ଔପଦା ବ୍ଲକ ସଦର ମହକୁମାର ଗଡସାହି, ତଳକିଆ, ଫତେପୁର ପଞ୍ଚାୟତ ସମେତ ବିଭିନ୍ନ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀ ବୁଲି କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯିବା ରାସ୍ତାରେ ତଳକିଆ ପଞ୍ଚାୟତ ମାଟିଓଡା ଗ୍ରାମରେ ଗତକାଲି ବନ୍ୟାଜଳ ପ୍ଳାବିତ ହୋଇ ମାଟିଆ ସାହି ଓ ବେହେରା ସାହିରେ ଜଳମଗ୍ନ ହୋଇ ଯାତାୟାତାରେ ବ୍ୟାଘାତ ହେବା ସହ ଏକ ଘାଇ ସୃଷ୍ଟି ହୋଇଥିଲା । ଫଳରେ ମନ୍ତ୍ରୀଙ୍କ ଗସ୍ତରେ ସମୟରେ ସ୍ଥାନୀୟ ବାସିନ୍ଦା ଏ ନେଇ ଦୃଷ୍ଟି ଆକର୍ଷଣ କରିବା ପରେ ପୂର୍ତ୍ତ ବିଭାଗର ଅଧିକାରଙ୍କୁ ଯୁଦ୍ଧକାଳୀନ ଭିତରେ ସ୍ଥାୟୀ ପ୍ରତିକାର ପାଇଁ ଆଦେଶ ଦେଇଥିଲେ । ମନ୍ତ୍ରୀଙ୍କ ସହିତ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ,୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ମୁନି ସିଂ, ୨ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଉଷାରଣୀ ରାଉଳ, ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଔପଦା ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର, ସାଂସଦଙ୍କ ପ୍ରତିନିଧି ଚଦ୍ରବିନ୍ଦୁ ଦାସ, ଭାଜପାର ୧ ନମ୍ବର ଜୋନ ଔପଦା ମଣ୍ଡଳ ସଭାପତି ଲକ୍ଷ୍ମୀକାନ୍ତ ବେହେରା, ୨ ନମ୍ବର ଜୋନ ମଣ୍ଡଳ ସଭାପତି ବଳରାମ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।