‘ଲେଖକର ଜୀବନ କଳ୍ପନା ଓ ବାସ୍ତବତାର ଅଦ୍ଭୁତ ସଂଗମ’

 ବାଲେଶ୍ୱର :  ପ୍ରଜାପତି ଅନୁଷ୍ଠାନର ସାହିତ୍ୟ ଶାଖା ଅକ୍ଷର ଆମ ଓଡ଼ିଆ ଭାଷା ସାହିତ୍ୟ ସହିତ ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଭାଷା ସାହିତ୍ୟକୁ ପାଠକ ଲେଖକମାନଙ୍କ ସହ ଯୋଡ଼ିବା ଉଦେ୍ଦଶ୍ୟରେ ହୋରାଇଜନ୍ ବୁକର ଆୱାର୍ଡ଼ ପ୍ରଦାନ ଉତ୍ସବ ଆତିଥ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳସଚିବ ଡ.ରମେଶ ଚନ୍ଦ୍ର ମିଶ୍ର ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରଜାପତିର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ ଅତିଥି ଭାବେ କବି ଧନଞ୍ଜୟ ସ୍ୱାଇଁ ଯୋଗ ଦେଇଥିବାବେଳେ ହୋରାଇଜନ୍ ଅତିଥି ଭାବେ କବି ଓ ସଂପାଦକ କୃଷ୍ଣ କୁମାର ମହାନ୍ତି, କବି ଓ କଥାକାର ଗଙ୍ଗାଧର ବିଶ୍ୱାଳ, କବି ଓ ପ୍ରକାଶକ ଶ୍ରୀଦେବ, କବି ଓ ପ୍ରକାଶକ ଅଭୟ ଦାସ, ସମାଜର ବୁ୍ୟରୋ ମୁଖ୍ୟ ଶଶିରଂଜନ ମଲ୍ଲିକ ଓ ଶିକ୍ଷାବିତ୍ ସୁଧାଂଶୁ ପଣ୍ଡା ଯୋଗ ଦେଇ ନିଜନିଜର ମତବ୍ୟକ୍ତ କରି କହିଥିଲେ ବିଭିନ୍ନ ଭାଷାର ସାହିତ୍ୟ ସମ୍ପର୍କରେ ଆସିଲେ ପାଠକଟିଏ ଏକ ବୃହତ୍ତର ସାହିତ୍ୟ ସମାଜ ସହିତ ସମ୍ପର୍କ ଯୋଡ଼ିଥାଏ ଓ ଏହା ଏକ ସୁନ୍ଦର ଜିଜ୍ଞାସୁ ମନୋଭାବ ସୃଷ୍ଟିକରେ । ପ୍ରତି ଲେଖକର ଜୀବନ ହେଉଛି କଳ୍ପନା ଓ ବାସ୍ତବତାର ଅଦ୍ଭୁତ ସଂଗମ । ପ୍ରାରମ୍ଭରେ ‘ଅକ୍ଷର’ର ଆବାହକ ବିପ୍ଳବ ଦାସ ମହାପାତ୍ର, ‘ହୋରାଇଜନ’ ସମ୍ପର୍କରେ ସୂଚନା ଦେଇଥିôବାବେଳେ ସଂଯୋଜକ ରାଜେଶ ଗିରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରଶ୍ମି ସ୍ୱାଇଁ, ରୋଜାଲିନ୍ ଶତପଥୀ, ସୁଜାତା ଦାସ, ପ୍ରତିମା ତି୍ରପାଠୀ ଓ ସରସ୍ୱତୀ ଭୋଇ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ ।  ଉତ୍ସବ ଆରମ୍ଭରେ ସମସ୍ତ ଅତିଥି ଓ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଉତ୍ତରୀୟ ସହ ପୁସ୍ତକ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ‘ସ୍ୱରାଗିଣୀ’ର କଣ୍ଠଶିଳ୍ପୀମାନେ ସ୍ୱାଗତ ସଂଗୀତ ଓ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ‘ନୃତ୍ୟାୟନା’ର ଶିଳ୍ପୀ ଶେଷ ନୃତ୍ୟ ପରିବେଷଣ କରିଥିଲେ । କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଭିନନ୍ଦନ ପର୍ବକୁ ପାର୍ଥ ସାରଥୀ ସାହୁ, ଅମରଜିତ୍ ଦାସ, ରଶ୍ମିତା ଆଚାର୍ଯ୍ୟ, ସଂଜୀବ ନାୟକ, ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।