ବାଘୁଆ ପାହାଡରୁ ବେଆଇନ ପଥର ଲୁଟ୍ ଘଟଣା...
ାା ପ୍ରଭାନୁ୍ୟଜ ।ା ଯାଜପୁର : ସରକାର ବଦଳିଲା, ବିଧାୟକ ବି ବଦଳିଲେ, କିନ୍ତୁ କଳାପଥରର କଳାକାରନାମାର ଅପବାଦ ଯାଉନି । ଯାହା ଧର୍ମଶାଳାକୁ ରାଜ୍ୟରେ ନିନ୍ଦିତ ହେବାକୁ ପଡ଼ୁଛି । ଅପବାଦକୁ ପ୍ରଶମିତ କରବାକୁ ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ଆରମ୍ଭରୁ ଉଦ୍ୟମ କରିବା ପୂର୍ବକ ବେଆଇନ ଖଣି ଲୁଟ୍ ବିରୁଦ୍ଧରେ ସ୍ପଷ୍ଟମତ ରଖିବା ସହ ଖଣି ଅଧିକାରୀଙ୍କୁ ଆଇନଗତ ଭାବେ ପଦକ୍ଷେପ ନେବାକୁ ଲିଖିତ ଭାବେ ଅବଗତ କରିସାରିଛନ୍ତି । ହେଲେ ଲୁଟେରା ଗୋଷ୍ଠିଙ୍କ କଳାପଥର ଲୁଟିବାର ମାନସିକତାରେ ବ୍ରେକ ଲାଗିପାରୁନି । ଯାହା ଫଳରେ ଅଭିଯୋଗ ରାଜ୍ୟ ସରକାରଙ୍କୁ ହେଉଛି, ଆଉ ବିଭାଗକୁ ଏକ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ପଡ଼ୁଛି । ଯାହା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ରାଜେଶ ପ୍ରସାଦ ନାୟକ ପତ୍ର ନଂବର-୬୭୫୯ ତା୮ା୮ା୨୪ ଦର୍ଶାଉଛି । ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କ୍ରମେ ଅତିରିକ୍ତ ସଚିବ ଶ୍ରୀନାୟ ଅଂଜିରା–୭ ନଂବର ଖାଦାନରୁ ହୋଇଥିବା ବେଆଇନ କଳାପଥର ଲୁଟ୍ ଉପରେ ନିଦେ୍ର୍ଦଶକ ଲଘୁ ଖଣିଜ ଦ୍ରବ୍ୟ ଏବଂ ଯାଜପୁର ଜିଲାପାଳଙ୍କୁ ଲେଖିଥିବା ପତ୍ରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିଦେ୍ର୍ଦଶ ଦେବା ଘଟଣା ବିଭାଗକୁ ଅକଳରେ ପକାଇଛି । ଆଉ ବିଭାଗ ପକ୍ଷରୁ ଯଦି ତୁରନ୍ତ ଥାନାରେ ଏତଲା ପ୍ରଦାନ କରା ନଯାଏ, ତେବେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତବାନି ଦେଇଛନ୍ତି ।
ଓଡିଶା ଲଘୁ ଖଣିଜ ଦ୍ରବ୍ୟ ଆଇନ ଅନୁସାରେ ବେଆଇନ ତଥା ଚୋରା ଲଘୁ ଖଣିଜ ଦ୍ରବ୍ୟ ପରିବହନ ନେଇ ଖଣି, ରାଜସ୍ୱ, ଜଙ୍ଗଲ ଓ ଗୃହ ବିଭାଗର କ୍ଷମତା ରହିଛି । ହେଲେ ପୁଲିସ ଓ ପ୍ରଶାସନ ରକ୍ଷକ ନହୋଇ ଭକ୍ଷକ ସାଜି ଥିବାରୁ ବାଘୁଆ ପାହାଡ ନାମରେ ପରିଚିତ ଅଂଜିରା–୭ ନଂବର ଖାଦାନରୁ ରାଜ୍ୟ ବାହାରର କମ୍ପାନୀ ଓଡିଆ ଅସ୍ମିତାକୁ ଆଘାତ କରି ବହୁ କୋଟି ଟଙ୍କାର କଳାପଥର ଲୁଟି ନେଲେ । ଏହି ଖାଦାନକୁ ହାଇଦ୍ରାବାଦର ଏମ/ଏସ ପି.ଏସ.କେ ଇନ୍ଫ୍ରାଷ୍ଟକଚର ଆଣ୍ଡ ପ୍ରାଇଭେଟ ଲିମିଟେଡନକୁ ଲିଜ ଦିଆ ଯାଇଥିଲା । ହେଲେ ଏହି କମ୍ପାନୀ ଟ୍ରାନଜିଟ ପାସ୍ ନପାଇ ସଂପୂର୍ଣ୍ଣ ବେଆଇନ ଭାବେ କଳାପଥର ଚାଲାଣ କରିଥିଲା । ସରକାରଙ୍କୁ ଗୋଟିଏ ଟଙ୍କାର ରାଜସ୍ୱ ନଦେଇ ବହୁକୋଟି ଟଙ୍କାର କଳାପଥର ଲୁଟିନେଲା । ପାହାଡ ଜଙ୍ଗଲ କିସମ ପାହାଡ଼ ବୋଲି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟରେ ପ୍ରମାଣଯୋଗ୍ୟ ତଥ୍ୟ ସହ ଦୃଷ୍ଟି ଆକର୍ଷଣ କଲେ । ସତୀଶଙ୍କ ପରାମର୍ଶରେ ଲୋକେ ଚୋରା କଳାପଥର ବୋଝେଇ ଟ୍ରକ ଧରି ବନ ବିଭାଗକୁ ହସ୍ତାନ୍ତର କଲାପରେ ବିଭାଗ ତରଫରୁ ଅନୁଧ୍ୟାନ ଆରମ୍ଭ ହେଲା । ଏହି ଖାଦାନ ଜଙ୍ଗଲ କିସମ ବୋଲି ପ୍ରାରମ୍ବିକ ତଦନ୍ତରେ ପ୍ରମାଣିତ ହେବା ପରେ ପାହାଡରେ ଥିବା ଅନ୍ୟ ଖାଦାନ ଗୁଡିକରେ ପଥର ଉତୋଳନ ମଧ୍ ବନ୍ଦ କରାଯାଇଛି । ଜଙ୍ଗଲ କିସମ ପାହାଡରୁ ପଥର ଉତୋଳନ ଧର୍ତବ୍ୟ ଅପରାଧ । ଏଣେ ବିନା ଟ୍ରାନଜିଟ ପାସରେ ବହୁକୋଟି ଟଙ୍କାର କଳାପଥର ଲୁଟ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସତୀଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ସତୀଶ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଥିଲେ ଯେ, ଟ୍ରାନଜିଟ ପାସ ନଥାଇ ବହୁକୋଟି ଟଙ୍କାର କଳାପଥର ଲୁଟ ନେଇ କମ୍ପାନୀ ନାମରେ ଖଣି ବିଭାଗ ତରଫରୁ ଚୋରୀ ଅଭିଯୋଗରେ ଏତଲା ରୁଜୁ କରାଯାଉ । ଅଭିଯୋଗ ପରେ ଟ୍ରାନ୍ଜିଟ ପାସ ନଥାଇ ବେଆଇନ କଳାପଥର ଚାଲାଣ ନେଇ ଖଣି ବିଭାଗ ତରଫରୁ ଥାନାରେ ଏତଲା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଇସ୍ପାତ ଓ ଖଣି ବିଭାଗ ତରଫରୁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ଏବେ ଦେଖିବାର ଅଛି ଲଘୁ ଖଣିଜ ଦ୍ରବ୍ୟ ନିଦେ୍ର୍ଦଶକ ଥାନାରେ ଏତଲା ରୁଜୁ କରୁଛନ୍ତି ନାଁ କମ୍ପାନୀର ଚୋରିକୁ ସୁରକ୍ଷା ଦେଉଛନ୍ତି ।