୫ ଲକ୍ଷ ଟଙ୍କା ଇନାମୀ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଗିରଫ


ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମାରେ ତଲାସି ଅଭିଯାନ ବେଳେ ପୋଲିସ ଦ୍ୱାରା ୫ ଲକ୍ଷ ଇନାମୀ ମହିଳା ମାଓବାଦୀ ମାଡଭି ଦେବେ ଗିରଫ  । ବିସ୍ଫୋରକ ସାମଗ୍ରୀ ଜବତ  । ସୂଚନା ଅନୁଯାୟୀ, ଛତିଶଗଡର ସୁକୁମା ଜିଲ୍ଲାରେ ଥିବା କେରଲାପାଲ ଓ ମଲେଙ୍ଗେର ମାଓ କମିଟିର ମାଓବାଦୀ ମାନଙ୍କ ଉପସ୍ଥିତିର ସୂଚନାକୁ ଆଧାର କରି ଗାଦିରାସ ଥାନାରୁ ଜିଲ୍ଲା ପୁଲିସ ଟିମ୍ ମାଓ ଦମନ ଅଭିଯାନରେ ଏଟାପାଲ, ମନକାପାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ  । ଏହି ସମୟରେ ମନକାପାଲ ଗ୍ରାମ ନିକଟରେ ଥିବା ଏକ ପୋଲ ନିକଟରେ ଜଣେ ମହିଳା ପୋଲିସ କୁ ଦେଖି ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ସନେ୍ଧହ କରି କାବୁ କରି ପଚରା ଉଚରା କରିବା ବେଳେ ମହିଳା ଜଣଙ୍କ ନିଜ ନାମ ମାଡବି ଦେବେ ପ୍ରକାଶ କରିବା ସହ ସେ ଦରଭା ମାଓ ଡିଭିଜନର ମଲେଙ୍ଗେର ଏରିଆ କମିଟିର ଏସିଏମ କ୍ୟାଡର ଥିବା ସ୍ୱୀକାର କରିଥିଲେ  । ଅଧିକ ପଚରା ଉଚରା ବେଳେ ଉକ୍ତ ମହିଳା ମାଓବାଦୀ ନାମରେ ୫ ଲକ୍ଷ ଟଙ୍କାର ଇଆନମ ରହିଥିବା ପୋଲିସ ଟିମ ଜାଣିବାକୁ ପାଇଥିଲେ  । ଏହାସହ ତାଙ୍କ ନିକଟରୁ ପୋଲିସ ଏକ ଟିଫିନ ବୋମା, ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରି ତାଙ୍କୁ ଗିରଫ କରିଥିଲେ । ଗିରଫ ମହିଳା ମାଓବାଦୀ ଜଣଙ୍କ ୨୦୧୩ ମସିହାରେ ଝିରମ ଘାଟିରେ କଂଗ୍ରେସ ନେତାଙ୍କ ଉପରକୁ ଆକ୍ରମଣ, ୨୦୧୪ରେ ଟହକାବାଡା ମାଓ ହିଂସାରେ ୧୫ ଯବାନ ଶହୀଦ, ୨୦୧୭ରେ ବୁର୍କାପାଲ ଏମ୍ବୁସରେ ୨୫ ଯବାନ ଶହୀଦ, ୨୦୧୮ରେ ଦନ୍ତେୱାଡାର ମଦାଡି ଗ୍ରାମ ନିକଟରେ ଆଇଇଡି ବିସ୍ଫୋରଣରେ ୯ ଯବାନ ଶହୀଦ, ୨୦୨୦ରେ ମିନପା ଜଙ୍ଗଲରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ୧୭ ଯବାନ ଶହୀଦ ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିଲା  । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ମହିଳା ମାଓବାଦୀକୁ କୋର୍ଟରେ ହାଜର କରାଯାଇଥିଲା  ।