ବନ୍ଧୁ ମିଳନରେ ସାମିଲ  ହେଲେ କଳିଙ୍ଗନଗର ସାମ୍ବାଦିକ


ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଏକାତା ହିଁ ବଳ, ସମସ୍ତେ ଭାଇ ଭାଇ ସୁଖ ଦୁଃଖରେ ଏକ ହୋଇ ରହିବା ଏହାକୁ ପ୍ରମାଣିତ କରିବାକୁ ଯାଇ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଦାନଗଦୀ ବ୍ଲକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଧୂଳିଗଡ଼ ପଞ୍ଚାୟତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପାଞ୍ଚଳ ସାମ୍ବାଦିକ ମାନେ ଏକତା, ଭାଇଚାରା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା ।  ବନ୍ଧୁ ମିଳନରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଏକ ହୋଇଦୀନ ଦୁଃଖୀ , ଅସହାୟ ଓ ନିଷ୍ପେସିତ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ଲଢେଇରେ ଆଗେଇ ଆସିବାକୁ ମତ ପ୍ରକାଶ ପାଇଥିଲା । ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ସମସ୍ତ ଜାତୀୟ ଦିବସ ଓ ଓଡିଶାର ପର୍ବ ପର୍ବାଣୀ, ପ୍ରେସ ଦିବସ ପାଳନ କରିବା ସହିତ ମିଳିତ ଭାବେ ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଏକତା ସମ୍ମେଳନରେ ବରିଷ୍ଠ ସାମ୍ବାଦିକ ରଙ୍ଗ ବଲ୍ଳଭ ସାହୁ, ପ୍ରଦୀପ କୁମାର ଚାନ୍ଦ, ଦୁଷ୍ମନ୍ତ କୁମାର ଘଡାଇ, ବିପ୍ଳବ ବିଜୟ ପଣ୍ଡା, ପ୍ରଦୀପ କୁମାର ଜେନା, ଶୁଭାଶିଷ ରାଉତ, ଅମୀୟ ଘଡାଇ, ଅଭୟ ଲୋଚନ ନାୟକ, ଶ୍ରୀକାନ୍ତ ମହାପାତ୍ର, ଦିଲୀପ କୁମାର ପରିଡା, ଅବିନାଶ ମିଶ୍ର, ପଦ୍ମନାଭ ପହି, ଅନୁଜ ମଲିକ, ତୁଷାର ସାହୁ, ଶୁଭାଶିଷ ଦାସ ମହାପାତ୍ର, ମୃତ୍ୟୁଞ୍ଜୟ ଦେଓ, ରାକେଶ ଘଡାଇ, ବିଜୟରଶ୍ମି ତ୍ରିପାଠୀ, ବିଶ୍ୱମୋହନ ସାମଲ ଓ ଚିତରଞ୍ଜନ ସାହୁ ପ୍ରମୂଖ ସାମିଲ ରହିଥିଲେ ।