କିଶୋରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ଡ.କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ କିଶୋରୀ ଶିକ୍ଷା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷଜ୍ଞ ଅତିଥି ରୁପେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ପ୍ରୋଟେକ୍ସନ ଅଫିସର ଟି. ଜୟଲକ୍ଷ୍ମୀ ଏବଂ ୟୁନିସେଫ ଜିଲ୍ଲା ସଂଯୋଜକ ସୁଷମା କର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାଯ୍ୟକ୍ରମରେ କିଶୋରୀ ବୟସରେ ଉପନୀତ ଛାତ୍ରୀ ମାନଙ୍କ ମନରେ ଆସୁଥିବା ବିଭିନ୍ନ ପ୍ରକାର ଜିଜ୍ଞାସା, ଆଶଙ୍କା, ମାସିକ ଋତୁସ୍ରାବ, ଶରୀରରେ ବିଭିନ୍ନ ପ୍ରକାର ପରିବର୍ତନ, ଆତ୍ମସମ୍ମାନ, ସାଇବର କ୍ରାଇମ, କିଶୋର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ମାନସିକ ଅବସାଦ, ଭବିଷ୍ୟତ ପାଇଁ ପ୍ରସ୍ତୁତି, ବାଳ ସୁରକ୍ଷା ଏବଂ ଅଧିକାର, ଜୀବନର ଲକ୍ଷ ଆଦି ବିଷୟରେ ପାୱାର ପଏଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କ ସହ ତାଙ୍କ ମାଆ ମାନେ ଏବଂ ମହିଳା ଅଭିଭାବକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତିଭାଗୀଙ୍କ ସନେ୍ଦହ ଦୂର କରିବା ସହ ତାଙ୍କ ମତାମତ ମଧ୍ୟ ନିଆ ଯାଇଥିଲା ଏବଂ ବାଲ୍ୟ ବିବାହ ମୁକ୍ତ ଦେଶ ଗଢିବା ପାଇଁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା କବିତା ଭାରତୀ, ଭାନୁମତି ମହନ୍ତ ପରିଚାଳନା କରିଥିଲେକ୍ଷ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସଂଘମିତ୍ରା ଦାସ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ବିଶେଷଜ୍ଞ ଅତିଥି ଏବଂ ପ୍ରତିଭାଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
