ଯବାନଙ୍କ ଗୁଳିରେ ୬ ମାଓବାଦୀ ନିହତ

 ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓ ଦମନ ତଲାସି ଅଭିଯାନ ବେଳେ ଯବାନଙ୍କ ଗୁଳିରେ ୬ ଜଣ ମାଓବାଦୀ ନିହତ ହୋଇଥିଲେ । ସୂଚନା ଅନୁଯାୟୀ ନାରାୟଣପୁର ଜିଲ୍ଲାର ଥୁଲଥୁଲି ଜଙ୍ଗଲରେ ଏସଟିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ମିଳିତ ରୂପେ ମାଓ ଦମନ ନିମନ୍ତେ ଅଭିଯାନ ଜାରି ରହିଥିଲା । ଏହି ସାମୀରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ୬ଜଣ ମାଓବାଦୀ ନିହତ ହୋଇଥିବା ବେଳେ, ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି । ଯବାନଙ୍କ ଫେରିବା ପରେ ସମ୍ପୂର୍ଣ ତଥ୍ୟ ମିଳି ପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।