କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନର ସୁବର୍ଣ୍ଣ ଜୟନ୍ତୀ
ବେତନଟୀ: ବେତନଟୀ ବ୍ଲକର ପୁରାତନ ଉଚ୍ଚ ବିଦ୍ୟାଳୟ କୃଷ୍ଣଚନ୍ଦ୍ରଶିକ୍ଷା ନିକେତନ ପାଟଳିପୁରାର ଦୁଇଦିନଆ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ମୟୂରଭଞ୍ଜର ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ସିଂହଦେଓଙ୍କ କରକମଳରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ପଦ୍ମନାଭ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଓ ପନôୀ ମିନତୀ ଦାଶଙ୍କୁ ସମ୍ମାନିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ପଣ୍ଡିତ ଭାଗବତ ପଣ୍ଡା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଡଃ ସତ୍ୟବ୍ରତ ତ୍ରିପାଠୀ, ପୂର୍ବତନ ପ୍ରଧାନଶିକ୍ଷକ ଶଶଧର ବାରିକ, ସରପଞ୍ଚ ମିନତୀ ନାଏକ ଓ ପ୍ରତିଷ୍ଠାତାଙ୍କ ପନôୀ ମିନତୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଇତିହାସ ସମ୍ମିଳିତ ମୁଖପତ୍ର ସମ୍ଭାର ଉଦ୍ଘାଟନ ସହପୂର୍ବତନ ପ୍ରତିଷ୍ଠାତା, ଜମିଦାତା, ଆର୍ଥôକ ସାହାଯ୍ୟ ଦାତା ଓ ବର୍ତ୍ତମାନର ପରିଚାଳନା ସମିତିର କର୍ମକର୍ତ୍ତାଗଣଙ୍କୁ ମାନପତ୍ର ଏବଂ ଉପଢୌ÷କନ ଦେଇ ସମ୍ମାନିତ କରାଯାଇଥିଲା । ପୂର୍ବତନ ଛାତ୍ର ପର୍ଶୁରାମ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶରତଚନ୍ଦ୍ର ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପୂର୍ବତନ ଛାତ୍ର ରଘୁନାଥ ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବେତନଟୀ ତହସିଲଦାର ସୁରଥ ଚନ୍ଦ୍ରରାଉତଙ୍କ ସହ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜାନ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକଗଣ ଶଶଧର ବାରିକ, ଭାଗବତ ପଣ୍ଡା, ବାବାଜୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ମୁଖପତ୍ର ସମ୍ପାଦକ ପର୍ଶୁରାମ ସାହୁ ବିଦ୍ୟାଳୟର ୫୦ ବର୍ଷର ବିବରଣୀ ପାଠ କରିଥିଲେ । ମଞ୍ଚ ପରିଚାଳନା କରିଥିଲେଶିକ୍ଷକ ଡଃ ରମାକାନ୍ତ ମହାନ୍ତ । ଉଭୟ ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ରଙ୍ଗାରଙ୍ଗନୃତ୍ୟ, ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଜ୍ଞାନମେଳା ତଥା ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା ।