ବ୍ଲକସ୍ତରୀୟ ଶିଶୁ ମହୋତ୍ସବ
କପ୍ତିପଦା: ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷ ସଂଘ (ଓଷ୍ଟା) ଆନୁକୂଲ୍ୟରେ କପ୍ତିପଦା ବ୍ଲକ୍ ସଂଗଠନ ଦ୍ୱାରା ଏକ ଶିଶୁ ମହୋତ୍ସବ ବଡ଼ଖଲାଡ଼ି ସ୍ଥିତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ପୂର୍ବତନ ବ୍ଲକ୍ ସଂପାଦକ ଲକ୍ଷ୍ମୀଧର କବାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୟୂରଭଂଜ ଜିଲ୍ଲା ସଭାପତି ନିରଂଜନ ପରିଡ଼ା, ବିଶିଷ୍ଟ ଅତିଥିରୂପେ କପ୍ତିପଦା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ସିଂ, ମୁଖ୍ୟବକ୍ତାଭାବେ ପୂର୍ବତନ ରାଜ୍ୟ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସହସଂପାଦକ ପ୍ରଭାସ ଚନ୍ଦ୍ର ନାୟକ, ଜିଲ୍ଳା କାର୍ଯ୍ୟକାରୀ ସଦସ୍ୟ ଅଭିନନ୍ଦନ ମହୁରୀ, କପ୍ତିପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଂରାଏ ମୁର୍ମୁ, ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ମିତାରାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ଓଷ୍ଟାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବ୍ଲକ୍ର ୨୫ଟି ଉଚ୍ଚ ବିଦ୍ୟାଳୟରୁ ୨୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଓଷ୍ଟା ବ୍ଲକ୍ ସଂପାଦକ ନାରାୟଣ ବେହେରା ବିବରଣୀ ପାଠ କରିବା ପରେ ସଂଘର ପତାକାକୁ ଉତ୍ତୋଳନ କରାଯାଇଥିଲା । ଉଦ୍ୟାପନୀ ଉତ୍ସବରେ ସଭାପତି ଭାବେ ପୂର୍ବତନ ରାଜ୍ୟ ସଂପାଦକ ଭରତ ଚନ୍ଦ୍ର ବରାଳ, ମୁଖ୍ୟଅତିଥି ଭାବେ ଉଦଳା ଏନ୍ଏଏସିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଶିଷ୍ଟ ଅତିଥିଭାବେ ଏବିଇଓ ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ଜୟଚନ୍ଦ୍ର ବେହେରା, ଓଷ୍ଟାର ଉପସଭାପତି ବଳରାମ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତର୍କ, ସଂଗୀତ, ଚିତ୍ରାଙ୍କନ, ଗଳ୍ପଲିଖନ, କବିତା ରଚନା, ସାଧାରଣ ଜ୍ଞାନ, କୁଇଜ୍, ଆବୃତ୍ତି, ଏକକ ଅଭିନୟ ଓ ଏକକ ନୃତ୍ୟ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଣୀପୋଖରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତଳା ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ ସହସଂପାଦକ ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ପରେଶ କୁମାର ବେହେରା, ସୁନୀଳକାନ୍ତ ପାଢ଼ୀ, ଚିନ୍ମୟ କୁମାର ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ବେହେରା, ଅମିତ କୁମାର ହେମ୍ବ୍ରମ୍, ବିଦ୍ୟାଧର ବେହେରା ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ବିଜୟ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।