ଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ଶୋକ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ପଞ୍ଚାୟତ ନତକାଇ ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପତ୍ନୀ ଆଦର୍ଶ ଗୃହିଣୀ ହେମଲତା ରାଉତ(୭୨)ଙ୍କ ବିୟୋଗ ଘଟିଛି । ସ୍ୱର୍ଗତା ରାଉତ ଦୀର୍ଘ ଦିନ ଧରି ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ଶକ୍ତିଶ୍ୱର ନିକଟସ୍ଥ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ । ସେ ଜଣେ ସମାଜସେବୀ ଓ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଦାହ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ପୂର୍ବରୁ ମୃତୁ୍ୟବରଣ କରିଥିବା ବେଳେ ତାଙ୍କ ନାତି ରାଜୀବ ଲୋଚନ ରାଉତ ମୁଖାଗ୍ନି ପ୍ରଦାନ କରିଥିଲେ । ସ୍ୱର୍ଗତା ରାଉତଙ୍କ ବିୟୋଗରେ ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସ୍ୱାଇଁ, ଯୁବ ସଂଗଠକ ସଞ୍ଜୟ କୁମାର ବେହେରା, ରାଜକିଶୋର ନାୟକ, ରାକେଶ କୁମାର ରାଉତ, ବଟକୃଷ୍ଣ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକାତୁର ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।