କେକ୍ କଟିଙ୍ଗ୍ ବେଳେ ବୋମାମାଡ; ୨ ଗିରଫ
ଭୁବନେଶ୍ୱର, ୧୧ା୧ : ଗତ ୬ ତାରିଖ ସନ୍ଧ୍ୟାରେ ହଳଦୀପଡ଼ିଆ ବସ୍ତି ନିକଟ ଏକ ଖଟିରେ ଜନ୍ମଦିନ କେକ୍ କଟିଙ୍ଗ୍ ଚାଲିଥିବା ବେଳେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନ୍ୟ ଗୋଷ୍ଠିର ଦୁଇ ଯୁବକ ଏକ ବାଇକରେ ଆସି ସେଠାରେ ବୋମାମାଡ କରି ଫେରାର ହୋଇଯାଇଥିଲେ । ଏହି ବୋମାମାଡ଼ରେ ଦୁଇଜଣ ଯୁବକ ସାମାନ୍ୟ ଆହତ ହୋଇଥିଲେ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ କେସ୍ ନମ୍ବର ୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏକ ସ୍କୁଟି ଜବତ କରିଛି । ପରେ ଦଫା ୧୨୬(୨),୧୧୫(୨), ୧୦୯,୩୨୪(୪)୩୫୧(୨)୩(୫) ବିଏନସ୍ ରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଲକ୍ଷ୍ମୀସାଗର ମଣ୍ଡପ ସାହିର ଦେବାଶିଷ ନାୟକ ଓ ରାଉତ ସାହିର ଗୌରାଙ୍ଗ ନାୟକ । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ସନ୍ଧ୍ୟା ୭ଟା ବେଳେ ଲକ୍ଷ୍ମୀସାଗର ହଳଦୀପଡ଼ିଆ ଛକ ନିକଟ ଏକ ଖଟିରେ କିଛି ଯୁବକ ଜନ୍ମଦିନ କେକ୍ କଟିଙ୍ଗ୍ କରୁଥିଲେ । ଏହି ସମୟରେ ୨ ଜଣ ଗିରଫ ଅଭିଯୁକ୍ତ ଏକ ସ୍କୁଟିରେ ଆସି ହଠାତ କିଛି ବୁଝିବା ପୂର୍ବରୁ ଖଟିରେ ଏକ ବୋମାମାଡ କରି ଫେରାର ହୋଇଯାଇଥିଲେ । ଏହି ବୋମାମାଡରେ ୨ ଜଣ ଯୁବକ ସାମାନ୍ୟ ଆହତ ହୋଇଥିବା ବେଳେ ଖବର ପାଇ ଲକ୍ଷ୍ମୀସାଗର ଥାନାର ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା । ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଆହତଙ୍କ ପରିବାର । ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।