ରାଜଧାନୀର ବିଭିନ୍ନ ବସ୍ତିରେ ହେଉଛି ନକଲି ମଦ ପ୍ରସ୍ତୁତି

ବସ୍ତିରୁ ପ୍ରସ୍ତୁତ - ବିିଭିନ୍ନ ହୋଟେଲ ଓ ଢାବାକୁ ଚାଲାଣ
ଭୁବନେଶ୍ୱର, ୧୧ା୧ : ରାଜଧାନୀର ବିଭିନ୍ନ ବସ୍ତିରେ ଅପରାଧୀଙ୍କ ପେଣ୍ଠ ସ୍ଥଳ ପାଳଟିଥିବା ବେଳେ ନିଶା ବେପାରୀ, ନକଲି ମଦ ପ୍ରସ୍ତୁତି ଚାଲୁଛି । କାରଣ ରାତା ରାତି କୋଟି ପତି ହେବା ଲକ୍ଷରେ ଅନେକ ମାଫିଆମାନେ ରାଜଧାନୀର ବିଭିନ୍ନ ବସ୍ତିକୁ ସୁରକ୍ଷିତ ସ୍ଥାନ ବାଛି ନେଇଥିବା ବେଳେ, ସେଠାରେ ରହି ନିରିହ ଆଦିବାସୀ ଓ ଅପରାଧୀଙ୍କୁ ହାତରେ ରଖି ନକଲି ମଦ ପ୍ରସ୍ତୁତ କରୁଛନ୍ତି । ଯାହାକୁ ପିଇଲେ ୧୫ ଦିନରେ ଜଣେ ଲୋକଙ୍କୁ କିଡୀନ ଖରାପ ହୋଇଯାଉଛି । ବିଶେଷ କରି ନକଲି ମଦ ରାଜଧାନୀର ବିଭିନ୍ନ ବସ୍ତିରେ ପ୍ରସ୍ତୁତ କରାଯାଉଛି । ଏହି ନକଲି ମଦକୁ ଧରିଲେ ତାହା ଅସଲି କି ନକଲି ତାହା ଜାଣିବା ଏକ ପ୍ରକାର କଷ୍ଟକର । ନିଶା ମାଫିଆ ମାନେ ଗଞ୍ଜେଇ, ବ୍ରାଉନସୁଗାର ଓ ନକଲି ମଦ ପି୍ରସ୍ତୁତ କରି ସହରର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । ଏହାକୁ ଶସ୍ତାରେ ପାଇ ଏକାଧିକ ବ୍ୟକ୍ତି କିଣୁଥିବା ଜଣାପଡିିଛି । ସୂଚନାଯୋଗ୍ୟ ଯେ, ନିଶା ମାଫିଆମାନେ ନକଲି ମଦ କାରଖାନା କରିବା ପାଇଁ ସହରର ବସ୍ତି ଅଞ୍ଚଳକୁ ପ୍ରମୁଖ ସୁରକ୍ଷା ସ୍ଥ୍ଳୀ ଭାବେ ବାଛି ନେଇଛନ୍ତି । ସେଠାରେ ଘର ଭଡ଼ା ନେଇ ଏଭଳି ନକଲି ମଦ ପ୍ରସ୍ତୁତ କରୁଛି । ମଦ ପ୍ରସ୍ତୁତ କରିବା ପାଇଁ କିଛି ଯୁବକ ଏବଂ ମହିଳାଙ୍କୁ ସାମିଲ କରିଛନ୍ତି । ପୁଲିସ ଚଢାଉ କଲେ ସେମାନେ ମହିଳାମାନଙ୍କୁ ଆଗକୁ ଛାଡୁଛନ୍ତି । ଯାହାଫଳରେ ପୁଲିସ ଏହି ଦିନ ମଜୁରିଆ ଭାବେ କାମ କରୁଥିବା ମହିଳାଙ୍କୁ ଛାଡି ଦେଉଛନ୍ତି । ଏମାନଙ୍କୁ କିଭଳି ନକଲି ମଦ ପ୍ରସ୍ତୁତ ହେବ ସେମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇଛି । ରାଜଧାନୀର ସାଲିଆସାହି, ଧରୁକୁଟୀ ବସ୍ତିି, ଗାଡ଼କଣ, ଭରତପୁର, ପଳାଶୁଣି, ଲକ୍ଷ୍ମୀସାଗର, ହଳଦୀ ପଡିଆ ବସ୍ତି, ଭରତପୁର ବସ୍ତି, ଫୁଲେଶ୍ୱରୀ ବସ୍ତି ଭଳି ଅନେକ ବସ୍ତିରେ ଏହି ନକଲି ମଦ ପ୍ରସ୍ତୁତ ହେଉଛି । ଏହାସହ ଅନେକ ନିଶା ମାଫିଆ ରାଜଧାନୀ ଉପକଣ୍ଠରେ ମଧ୍ୟ ଏଭଳି ନକଲି ମଦ କାରଖାନା କରିଚାଲିଛନ୍ତି । ଯାହାକି ପୁଲିସର ନଜର ସେମାନଙ୍କ ଉପରେ ପଡୁନାହିଁ । ସେମାନେ ସହଜରେ ଏହାକୁ ପ୍ରସ୍ତୁତ କରି ହୋଟେଲ, ଢାବାରେ ବିକ୍ରି କରୁଛନ୍ତି । ଯଦି ଏହାକୁ ଡ଼ିସିପିଙ୍କ କଡା ନଜର ପଡ଼ନ୍ତା କିମ୍ବା ବିଭିନ୍ନ ବସ୍ତିକୁ ଯାଇ ପାଟ୍ରୋଲିଂ କରାଯାଆନ୍ତା ତାହାହେଲେ ବସ୍ତି ମାନଙ୍କରେ କଣ ସବୁ ଘଟୁଛି ତାହା ପଦାକୁ ଆସିବା ସହ ପୁଲିସ ସ୍କାନରରେ ରହିପାରନ୍ତା ।