କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦଘାଟିତ

ଖୋର୍ଦ୍ଧା : ଖୋର୍ଦ୍ଧା ନିକଟବର୍ତ୍ତୀ କେରଙ୍ଗ ଅହମଦୀୟା ମୁସଲିମ ସଂଗଠନ ପକ୍ଷରୁ ୫୮ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦଘାଟିତ ହୋଇଯାଇଛି  ।  ସଂସ୍କାର ଓ ନିଦେ୍ର୍ଦଶ ବିଭାଗର ଉପମୁଖ୍ୟ ମୌଲାନା ଅବ୍ଦୁଲ ଓକିଲ ନିଆଜଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସର୍ବ ଧର୍ମ ଶାନ୍ତି ସମ୍ମିଳନୀରେ  ସଭାକାର୍ଯ୍ୟ ଅହମଦୀୟା ମୁସଲିମ ଧର୍ମଧ୍ୱଜା ଉତ୍ତ୍ୱଳନ ଓ ସାମୂହିକ ନିରବ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା  । ପବିତ୍ର କୋରାନ ପାଠ ତସଲିମ ଅହମଦ କରିଥିବା ବେଳେ ଉର୍ଦ୍ଦୁ ନଜମ ସଂଗୀତ ମୋଇନୁଦ୍ଦିନ ଖାଁ ପରିବେଷଣ କରିଥିଲେ  । ମୁଖ୍ୟ ବକ୍ତା ଭାବେ ଯୋଗଦେଇ  ଭୁବନେଶ୍ୱରର ମୌଲାନା ହଲିମ ଖାଁ କହିଲେ, ଈଶ୍ୱର ଏକ ଅଦ୍ୱିତୀୟ  ।ଈଶ୍ୱର ସର୍ବତ୍ର ବିଦ୍ୟମାନ  । ଭକ୍ତର ଭକ୍ତିକୁ ସେ ବହୁତ ଭଲ ପାଅନ୍ତି  । କାକୁତି-ମିନତି ହୋଇ ଭକ୍ତ ଯେତେବେଳେ ନିର୍ମଳ ହୃଦୟରେ ଈଶ୍ୱରକୁ ଡାକିଥାଏ, ତତକ୍ଷଣାତ୍ ସେ ତାକୁ ଉତ୍ତର ଦେଇଥାନ୍ତି ଏବଂ ପ୍ରାର୍ଥନାକୁ ଗ୍ରହଣ କରିଥାନ୍ତି । 
 ସୁଙ୍ଗୁଡାର ମୌଲାନା ମକସୁଦ ଅଲ୍ଲି ଯୋଗଦେଇ ନିଜ ବକ୍ତବ୍ୟ ରେ କହିଥିଲେ, ପବିତ୍ର କୋରାନ ଈଶ୍ୱରଙ୍କ ଅନ୍ତିମ ଓ ସଂପୂର୍ଣ୍ଣ ଧର୍ମବିଧାନ  । ସକଳ ସମସ୍ୟାର ସମାଧାନ ପବିତ୍ର କୋରାନରେ ରହିଛି  । ବିଶ୍ୱରେ ଲକ୍ଷ ଲକ୍ଷ ମୁସଲମାନ ସ୍ତ୍ରୀ ଓ ପୁରୁଷମାନେ ପବିତ୍ର କୋରାନକୁ ମୁଖସ୍ତ କରି ରଖିଛନ୍ତି  । ପବିତ୍ର କୋରାନ ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ  । ଏହି ଉଦଘାଟନୀ ଉସôବରେ ସମ୍ମାନିତ ଅତିଥି ଭାବେ କେରଙ୍ଗ ସଭାପତି ଓସିମ  ଅହମଦ ଖାଁ, ଖୋର୍ଦ୍ଧା ଜିଲ୍ଲା ସଭାପତି  ଅବସର ପ୍ରାପ୍ତ  କର୍ଣ୍ଣଲ ଡଃ ଜହିରୁଦ୍ଦିନ ଖାଁ, ମୌଲାନା ସୟଦ କଲିମୁଦ୍ଦିନ ଏବଂ ସମ୍ପାଦକ ସବିରୁଦ୍ଦିନ  ଖାଁ ଯୋଗ ଦେଇଥିଲେ ।