ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ

 ଜଟଣୀ  : ଜଟଣୀ ମୁଖ୍ୟରାସ୍ତା ହରିଭାଇନା ଛକରୁ ତଳଖେତା ଛକ ଜଟଣୀ ଗେଟ ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା  । ବର୍ତ୍ତମାନ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜ୍ୟାଭିଏର ଇଂରାଜୀ ବିଦ୍ୟାଳୟ ନିକଟରେ ଗଢି ଉଠିଥିବା ଅସ୍ଥାୟୀ ମାଛ ଦୋକାନରେ ସପ୍ତାହର ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ତିନିଦିନ ଆମିଷ ବାରରେ ମାଛ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ  । ରାସ୍ତା କଡରେ ଦୋକାନ ହେତୁ ଗ୍ରାହକ ମାନେ ରାସ୍ତା ଉପରେ ଗାଡି ରଖିବା ଫଳରେ ମୁଖ୍ୟ ରାସ୍ତାଟି ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲା  । ନିକଟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ରୋଗୀଙ୍କ ଯିବାଆସିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା   । ଏପରିକି ଆମ୍ବୁଲାନ୍ସ ଯିବାଆସିବାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା  । ଏହି ବାବଦରେ ବିଦ୍ୟାଳୟ କତୃପକ୍ଷ ଅନେକ ଥର ପୌରପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୌରପ୍ରଶାସନର ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା  । ଏହି ଅଭିଯୋଗ ଉପରେ ଅନେକ ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତରଫରୁ ଖୋଦ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ସ୍ଥାନୀୟ ପୌର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଜି ରାସ୍ତା କଡର "ଆମିଷ ବଜାର'କୁ ଉଛେଦ କରାଯାଇଥିଲା  । ଏହି ଉଚ୍ଛେଦ ପକ୍ରିୟାକୁ ସ୍ୱାଗତ ଜଣାଇଛନ୍ତି ସାଧାରଣ ଜନତା  ।