ଆଖଡ଼ା ପୂଜା ଅନୁଷ୍ଠିତ 

 ଖୋର୍ଦ୍ଧା : କଳା ଓ କଳାକାରଙ୍କ ଗାଁ ବାଘମାରି  । ଏହି ଗ୍ରାମରେ ବାରମାସରେ ତେରେ ପର୍ବ ଅନୁଷ୍ଠିତ ହେଉଥିବା ବେଳେ ମା ମଙ୍ଗଳା ଯୁବ ନାଟ୍ୟ ସଂସଦର ଉସôାହି ଯୁବକ ମାନେ ଏକାଠି ହୋଇ ଆମ କଳା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ନୂଆ ନୂଆ କଳାକାର ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି  । ସରପଞ୍ଚ ମାନସ ବିଶ୍ୱାଳଙ୍କ ପ୍ରଯୋଜିତ ଏବଂ ବିନୋଦ ମାର୍ଥାଙ୍କ ର୍ନିେଷିତ ଦମଦାର ସାମାଜିକ ନାଟକ ଗୁପ୍ତ ସମ୍ପର୍କର ଆଖଡ଼ା ପୂଜା ସ୍ଥାନୀୟ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଆସନ୍ତା ଦୁର୍ଗା ସପ୍ତମୀ ଦିନ ଏହି ସାମାଜିକ ନାଟକ ପରିବେଷଣ କରାଯିବା ପାଇଁ ଧାର୍ଯ୍ୟ ହୋଇଛି  ।