କୋଚିଳା ନଦୀବନ୍ଧ ନିର୍ମାଣ ବେଳେ ଜୁନିୟର ମାଇନିଙ୍ଗ ଅଫିସରଙ୍କ ଦାଦାଗିରି : ଲୋକଙ୍କ ଅସନ୍ତୋଷର ଶିକାର ହେଲେ ଅଧିକାରୀ
ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ବିଭିନ୍ନ ସରକାରୀ, ଗୋଚର, ଅନାବାଦୀ ସ୍ଥାନରେ ବେଆଇନ ଭାବେ ମାଟିମାଫିଆ ମାନେ ଦୈନିକ ସହସହ ଟ୍ରିପମାଟି ଚୋରା ଚାଲାଣ ହେଉଛି । ବୈତରଣୀ, କୋଚିଳା ଆଦି ନଦୀରେ ବେଆଇନ ଘାଟକରି ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରିଛନ୍ତି ।
ମାତ୍ର ସେମାନଙ୍କୁ ମାଇନିଙ୍ଗ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ବେଳେ ସରକାରୀ କାର୍ଯ୍ୟକୁ ଉକ୍ତ ବିଭାଗ ବିରୋଧ କରୁଥିବାରୁ ଏ ନେଇ ସ୍ଥାନୀୟ ଲୋକଙ୍କ ବିରୋଧରେ ମାଇନିଙ୍ଗ ବିଭାଗର ଅଧିକାରି ଜାଗା ଛାଡି ପଳାଇଥିଲେ । ଘଟଣାରୁ ପ୍ରକାଶ ଯେ, ଧାମନଗର ଜଳସେଚନ ବିଭାଗ ଅଧିନସ୍ତ ପଧାନି ପଞ୍ଚାୟତର ସଇଲୋ ଠାରେ କୋଚିଳା ବନ୍ଧ ଦୁଇଶହ ମିଟର ଧସିଥିଲା । ଏ ନେଇ ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ୩୦ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଠୀ ମାଟି ପକାଯିବା ପରେ ପଥର ପଡ଼ିବା ପରେ ପୁଣି ସେଠାରେ ବନ୍ଧ ଧସିଥିଲା । ଏ ନେଇ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶରତ ଘଡାଇ, ଧାମନଗର ଏସ ଡି ଓ କିଶୋର କୁମାର ଦାସ ଓ ଅନ୍ୟ ଅଧିକାରି ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରିବାପାଇଁ ଠିକାଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଉକ୍ତ ସ୍ଥାନରେ ବନ୍ଧଟେ ଟ୍ରାକ୍ଟର ମାଧ୍ୟମରେ ମାଟି ପଡ଼ୁଥିବା ବେଳେ ନୂଆକରି ଚାକିରିରେ ଯୋଗ ଦେଇଥିବା ଭଦ୍ରକ ମାଇନିଙ୍ଗ ଅଫିର ଜୁନିୟର ମାଇନିଙ୍ଗ ଅଫିସର ଘଟଣା ସ୍ଥଳରେ ପହଞ୍ଚି କାମ ବନ୍ଧ କରି ଟଙ୍କା ମାଗିଥିଲେ ପ୍ରଥମେ ରୟାଲ୍ଟି ଦିଅ ତାପରେ କାମ କରିବ । ଭୟରେ ଟ୍ରାକ୍ଟର ବାଲା ପଳାଇଥିଲେ । ଏ ନେଇ ଜଳସେଚନ ବିଭାଗ ଅଧିକାରୀ କିଶୋର ଦାସ ଓ ଉକ୍ତ ଅଧିକାରୀଙ୍କ ସହ ମଧ୍ୟ ଯୁକ୍ତି ତର୍କ ହୋଇଥିଲା । ଟେଣ୍ଡର ବେଳେ ଠିକା ଦାର ଜଳସେଚନ ବିଭାଗ ସହ ଏଗ୍ରିମେଣ୍ଟ ବେଳେ ରୟାଲଟି ବାବଦେ ତହସିଲକୁ ଟଙ୍କା ଡିପୋଜିଟି କରାଯାଇଥାଏ ବୋଲି ଶ୍ରୀ ଦାସ କହିବା ବେଳେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା ଜୁନିୟର ମାଇନିଙ୍ଗ ଅଫିସର ଶ୍ରୀ ଦାସଙ୍କୁ ନାଲି ଆଖି ଦେଖାଇଥିଲେ ଓ କାମ ବନ୍ଦ କରିବା ପାଇଁ କହିଥିଲେ । ଆଗକୁ ମୌସୁମୀ ଆସିବାସହ ବର୍ଷାଋତୁ ଆରମ୍ଭ ହୋଇଗଲେ ବନ୍ୟା ଆସିଲେ ଉକ୍ତ ସ୍ଥାନରେ ଘାଇ ସୃଷ୍ଟି ସହ ବ୍ୟାପକ ଧନଜୀବନ ହାନି ହେବ । ସ୍ଥାନୀୟ ଲୋକ ମାନେ ଉତ୍ତେଜିତ ହୋଇ ଉକ୍ତ ମାଇନିଙ୍ଗ ଅଫିସରକୁ ଘେରାଉ କରିଥିଲେ । ତେବେ ସ୍ଥାନୀୟ ଉତ୍ତେଜିତ ଲୋକଙ୍କୁ ଜଳସେଚନ ବିଭାଗ ଅଧିକାରୀ ବୁଝାସୁଝା କରି ଥିଲେ । ଜଳସେଚନ ବିଭାଗକୁ ଚିଠି କରିବା ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଯାହା ନିଷ୍ପତ୍ତି ନିଆଯିବ କିନ୍ତୁ ସରକାରଙ୍କ ନିଦେ୍ର୍ଦଶ ମତେ ନଦୀବନ୍ଧ କାର୍ଯ୍ୟ କରାଯିବ ବୋଲି ଶ୍ରୀ ଦାସ କହିବା ପରେ ସ୍ଥାନୀୟ ଲୋକ ମାନେ ମାଇଂନି ଅଫିସରକୁ ଛାଡି ଥିଲେ । ତେବେ କୋଚିଳା ନଦୀବନ୍ଧ ନିର୍ମାଣ ତୁରନ୍ତ ସାରିବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଥିଲେ । ତେବେ ସରକାରୀ କାର୍ଯ୍ୟ ଚାଲିଥିବା ବେଳେ ଜଣେ ସରକାରୀ ଅଧିକାରୀ ଉକ୍ତ ସରକାରୀ କାର୍ଯ୍ୟକୁ ବନ୍ଦ କରିବା ସଧାରଣରେ ନାପସନ୍ଦ କରାଯାଇଛି ।