କଳ୍ପନା ଦେବୀ ଆବାସିକ ମହାବିଦ୍ୟାଳୟର ସଫଳତା: ଆୟୁଷ ଭଦ୍ରକ ଟପର 

 ଭଦ୍ରକ : ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ରେଜଲ୍ଟରେ ମୋଟେଲ ଛକ ସ୍ଥିତ କଳ୍ପନା ଦେବୀ ବିଜ୍ଞାନ ମହା ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି । ତନ୍ମଧ୍ୟରୁ ଆୟୁଷ ରଞ୍ଜନ ସାହୂ (୫୪୬ ) ଶତକଡା ୯୧% ସର୍ବୋଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସମସ୍ତ ବିଦ୍ୟାର୍ଥୀ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ମହାବିଦ୍ୟାଳୟର ପ୍ରତିଷ୍ଠାତା ଆଡ଼ଭୋକେଟ ମହେଶ ଚନ୍ଦ୍ର ରାୟ କୃତି ବିଦ୍ୟାର୍ଥୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସମସ୍ତ ଗୁରୁ ଓ ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି । ଅବିଭାବକଙ୍କ ମହଲରେ ଖୁସି ଆନନ୍ଦ ଖେଳି ଯାଇଛି । ପିଲାମାନଙ୍କୁ ଭଲ ମଣିଷ ଗଢି ତୋଳିବାରେ ରାୟ ସାର ଜଣେ ସିଦ୍ଧ ଗୁରୁ ରୂପେ ବିବେଚିତ ବୋଲି ଆଜି ଅବିଭାବକଙ୍କ ଠାରୁ ମତ ପ୍ରକାଶ ପାଇଛି ।