ଗୋରୁ ବୋଝେଇ ଗାଡି ଜବତ, ୯ ଗୋରୁ ଉଦ୍ଧାର
ାା ପ୍ରଭାନୁ୍ୟଜ ।ା ତିହିଡି: ଭଦ୍ରକ ଜିଲ୍ଲା ତିହିଡି ପୁଲିସ ଗତକାଲି ଭୋର ସମୟରେ କୋହ୍ଲ ଛକ ନିକଟରୁ ଏକ ଗୋରୁ ବୋଝେଇ ମହିନ୍ଦ୍ରା ଏକ୍ସୱାଇ-୧୦କୁ ଜବତ କରିଛି । ସେହିପରି ଏଥିରେ ଥିବା ୯ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରି ମଇତାପୁରସ୍ଥିତ ଗୋଶାଳାକୁ ପଠାଇ ଦେଇଛି । ପ୍ରକାଶ ଯେ, ଗତକାଲି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଏକ ଗୋରୁ ବୋଝେଇ ମହୀନ୍ଦ୍ରା ନଂ-ଓଆର-୦୫-ଏକେ-୨୭୪୭ ଯାଉଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ କୋହ୍ଲ ଛକ ନିକଟରେ ଏହାକୁ ଧରିଥିଲା । ତେବେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲା । ଏଥିନେଇ ଥାନାରେ ଏକ ମାମଲା ନଂ-୪୯୬/୨୪ ରୁଜୁ କରାଯାଇଛି । ତେବେ ଏହି ଗୋରୁ କାହାର ଓ କେଉଁଠାକୁ ଯାଉଥିଲା ସେଥିନେଇ ପୁଲିସ ତଦନ୍ତ କରୁଥିବା ଜଣାଯାଇଛି ।