+୨ ପରୀକ୍ଷାଫଳ ପ୍ରକାଶିତ
କେନ୍ଦୁଝର : ଚଳିତବର୍ଷ +୨ ବିଜ୍ଞାନ,ବାଣିଜ୍ୟ ଓ କଳା ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ୧୪୦୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୧୩୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୩୨୩ ଜଣ ପ୍ରଥମ ଶ୍ରେଣୀରେ,୨୧୮୨ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୬୧୫୩ ଜଣ ତୃତୀୟ ଶ୍ରେଣୀରେ,୧୦୯ କମ୍ପାଟମେଣ୍ଟାଲଙ୍କୁ ମିଶାଇ ମୋଟ ୧୦୭୬୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ଜିଲ୍ଲାର ମୋଟ ସଫଳତା ହାର ୭୭.୯୨ ପ୍ରତିଶତ ରହିଛି ।
କେନ୍ଦୁଝର ଜିଲ୍ଲାର ବିଜ୍ଞାନରେ ୭୯.୧୮%, ବାଣିଜ୍ୟରେ ୭୭.୨୬% ଓ କଳାରେ ୭୭.୪୯% ସଫଳତା ହାର ରହିଛି । ମିଳିଥିବା ସୂଚନା ଅନୁସାରେ ୨୦୨୫ ମସିହାର +୨ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୩୫୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୨୪୮ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ୭୮୨ ଜଣ ଛାତ୍ରଛାତ୍ରୀ ୨ୟ ଶ୍ରେଣୀରେ,୭୦୫ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାବେଳେ ୯୯ ଜଣ କମ୍ପାଟମେଣ୍ଟାଲ ମାର୍କ ରଖିଥିବା ଜଣାପଡିଛି । ବିଜ୍ଞାନରେ ମୋଟ ପାସ ହାର ୭୯.୧୮% ରହିଥିବାବେଳେ ୨୮୩୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ସେହିପରି ଚଳିତ ବର୍ଷର ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ୮୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୫୫ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୨୯ ଜଣ ୨ୟ ଶ୍ରେଣୀରେ,୩୮୨ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାବେଳେ ୭ ଜଣ କମ୍ପାର୍ଟମେଣ୍ଟାଲ ମାର୍କ ରଖିଛନ୍ତି । ବାଣିଜ୍ୟରେ ମୋଟ ପାସ ହାର ୭୭.୨୬% ରହିଥିବାବେଳେ ୬୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ ଯୁକ୍ତ ୨ କଳାରେ ୯୩୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୯୨୦ ଜଣ ପ୍ରଥମ ଶ୍ରେଣୀରେ,୧୨୭୧ ଜଣ ଦ୍ୱିତୀୟ ଶ୍ରେଣୀରେ,୫୦୬୬ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାବେଳେ ୩ ଜଣ କମ୍ପାର୍ଟମେଣ୍ଟାଲ ମାର୍କ ରଖିଛନ୍ତି । କଳାରେ ମୋଟ ପାସ ହାର ୭୭.୪୯% ରହିଥିବାବେଳେ ୭୨୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଭୋକେସନାଲରେ ୨୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୧ ଜଣ ପ୍ରଥମ ଶ୍ରେଣୀରେ,୧୩୧ ଜଣ ଦ୍ୱିତୀୟ ଶ୍ରେଣୀରେ,୩୬ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାବେଳେ ୩ଜଣ କମ୍ପାଟମେଣ୍ଟାଲ ନମ୍ବର ରଖିଛନ୍ତି । ଏଥିରେ ମୋଟ ପାସ ହାର ୬୫.୮୬% ରହିଥିବାବେଳେ ୧୯୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା +୨ ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।