ମୁସଲିମ ଜମାତ ଓ ପୁଲିସ ପ୍ରଶାସନର ମିଳିତ ବୈଠକ
ଭଦ୍ରକ : ଭାଇଚାରା ଓ ସଦ୍ଭାବନା ପରମ୍ପରାକୁ ଅଧିକ ସୁଦୃଢ କରିବାକୁ ମଦିନା ମଇଦାନ ସଭାଗୃହରେ ପୋଲିସ ପ୍ରଶାସନ ଓ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭଦ୍ରକ ମୁସଲିମ ଜମାତ ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ ବାବୁଙ୍କ ପରଲୋକରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ଭଦ୍ରକ ଏସ୍ପି ମାଡକର ସମ୍ବିତ ସମ୍ପଦ, ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଆଡିସନାଲ ଏସ୍ପି ଅରୂପ ଅଭିଷେକ ବେହେରା, ଡିଆଇବି ଅଂଶୁମାନ ଦିବେଦୀ, ସିଟି ଡିଏସ୍ପି ସମ୍ବିତ ମାଝୀ ଓ ପୁରୁଣା ବଜÿାର ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ସେହିଭଳି ଭଦ୍ରକ ମୁସଲିମ ଜମାତ ର ଉପ ସଭାପତି ତଥା ଅସ୍ଥାୟୀ ସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ, ସମ୍ପାଦକ ଶେଖ ସିରାଜୁଦ୍ଦିନ, ବରିଷ୍ଠ ସଭ୍ୟ ଏସ.ଏମ.ଫାରୁକ , ହାଜି କାଶିମ ଖାନ, ଆଇନଜୀବୀ ଶେଖ ଅବୁ ସୁଫିଆନ, ହାଜି ଫକରେ ଆଲାମ, ଜମିଲ ଅଖତର ଖାନ, ଇଂ. ରେଜାଏ ରସୁଲ , ଇଂ.ହବିବୁଲ୍ଲା ଖାନ, ଅସରଫ ଅଲି ଖାନ, ହାଜି ଅନୱର ହୋସେନ, ହାଜି ଅବୁ ହୋସେନ, ଅଖତର ଅଲି, ଇଂ. ମନାୱର ହୋସେନ, ଶେଖ ହବିବୁଲ୍ଲା, ମହେବୁବ ଖାନ୍, ସାହିଦ ହବିବ, ଇସଲାମ ଖାନ୍, ଜାହିଦ ସାହା, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ମିର୍ଜା ଏକ୍ରାମ ବେଗ, ଗୋଲାମ ମୋହିଦ୍ଦିନ, ସାହିଦ ଖାନ, ନାସର ଅଲି, ହଇଦର ଖାନ, ହସନ ଖାନ , ଶେଖ ଇମଦାଦ, ଫରୟାଦ ଖାନ, ଲାଲୁ ଖାନ, ତନୱିର ଖାନ , ସାହିଲ ଖାନ, ଯହିରୁଦ୍ଦିନ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ପବିତ୍ର ଇଦ୍-ଉଲ୍ଲ-ଫିତର ଓ ପବିତ୍ର ଶ୍ରୀରାମ ନବବୀ ମହୋତ୍ସବକୁ କିଭଳି ଉଭୟ ସମ୍ପ୍ରଦାୟ ପକ୍ଷରୁ ଭାଇଚାରା ଓ ସଦ୍ଭାବନା ବଜାୟ ରଖି ମିଳିତଭାବେ ଶାନ୍ତି, ଶୃଙ୍ଖଳାର ପାଳନ କରିବେ ସେ ନେଇ ବିଷଦ ଆଲୋଚନା ହୋଇ ସର୍ବ ସମ୍ମତି ନିଷ୍ପତି ହୋଇଥିଲ ।