ଖସୁଛି ପାଟଣେଶ୍ୱରୀ ମନ୍ଦିର ଗମ୍ଭୀରା ଘର ପଥର
ବଲାଙ୍ଗିର : ଦେବାଳୟ ଏବଂ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ଜିଲ୍ଲାର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ପାଟଣେଶ୍ୱରୀ ମନ୍ଦିର ଗର୍ଭଗୃହରେ ଚୁନ ପଥର ଖସୁଥିବାରୁ ଏହା ଜିଲ୍ଲା ପାଇଁ ଅଶୁଭ ସଂକେତ ଓ ଭକ୍ତଙ୍କ ମନରେ ଅଶାନ୍ତି ପ୍ରକଟ ହେଉଥିବାରୁ ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କୁ ୪ ଦଫା ଦାବି ପ୍ରଦାନ କରିଥିଲେ । ମନ୍ଦିରର ଉନ୍ନତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମା’ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ଅଟକଳ ୧ କୋଟି ୧୨ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଭକ୍ତ ଓ ଲୋକଙ୍କ ଦାବିରେ ପ୍ରଶାସନ ଡିପିଆର ପ୍ରସ୍ତୁତ କରି ମା’ପାଟଣେଶ୍ୱରୀ ମନ୍ଦିରର ଯଜ୍ଞ ମଣ୍ଡପ, ରୋଷେଇଶାଳା, ଭୋଗ ମଣ୍ଡପ, ସେବାୟତ ପାଇଁ ବିଶ୍ରାମ ଗୃହ, ସୌନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟ ଗେଟ ଡିପିଆରରେ ସ୍ଥାନ ପାଇଥିଲା । ଏକ ବର୍ଷରୁ ଉର୍ଦ୍ଧ୍ୱ ହୋଇଯିବ ମୁଖ୍ୟ ଗେଟ ନିର୍ମାଣ କରି ଓ ମନ୍ଦିରର ପାଶ୍ୱର୍ରେ କାର୍ଯ୍ୟ ଚାଲିଥିବା ବେଳେ ଡିପିଆର ସମ୍ପୂର୍ଣ୍ଣ ବଦଳି ଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ଅଧାପନ୍ତରିଆ ହୋଇ କାର୍ଯ୍ୟ ଚାଲିଛି । ଡିପିଆର ସମ୍ପୁର୍ଣ୍ଣ ବଦଳାଇ ଦେଇଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ହୋଇଥିଲା । ମା’ପାଟଣେଶ୍ୱରୀ ଦେବୀଙ୍କ ଗମ୍ଭିରା ଘରେ ଚୁନ ପଥର ଖସୁଥିବା ବେଳେ ମରାମତି ପାଇଁ ଦାବି, ମନ୍ଦିର ନିର୍ମାଣ ୧୮୭୨ ମସିହାରେ ୨୦୨୫ ଯାଏ ଗମ୍ଭିରା ଘର ମରାମତି କରାଯାଇନାହିଁ । ଆଗକୁ ବର୍ଷା ଅଛି, ମନ୍ଦିର ବିପଦମୁଖ ଅବସ୍ଥାରେ ଥିବା ହେତୁ ଏହାକୁ ମରାମତି କରିବାକୁ ଦାବି, ୨୦୨୩ ରେ ଡିପିଆର ତିଆରି ହୋଇଥିବା କାର୍ଯ୍ୟ କରାଯାଉ ଆମର ଦାବି, ମାଁ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରେ ବଲାଙ୍ଗିର ସହରର ପ୍ରବେଶ ଦ୍ୱାରରେ ମୁଖ୍ୟ ଗେଟ ନିର୍ମାଣ କରିବା ପାଇଁ ଦାବି । ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଦାବି ଗୁଡିକୁ କମିଟି ସଦସ୍ୟମାନେ ଜଣାଇଥିଲେ । ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ରନôତତ୍ତ୍ୱ ବିଭାଗ ଏବଂ କମିଟି ଗଠନ ହୋଇ ଏ ଉପରେ ଉଚିତ ପଦକ୍ଷେପ ନିଆଯିବ । ବଲାଙ୍ଗିର ସହରର ୯ ଗୋଟି ମନ୍ଦିର ଉନ୍ନତି ସକାଶେ ଏବଂ ଐତିହ୍ୟ କୀର୍ତ୍ତି ସାଇନବୋର୍ଡ ଲଗାଯିବ ଏବଂ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ଐତିହ୍ୟ ପୁସ୍ତକଟି ପ୍ରକାଶିତ ହେବ । ଭକ୍ତମାନେ ଦେଉଥିବା ଅନୁଦାନ ମନ୍ଦିରରେ ସୂଚନା ବୋର୍ଡ ଲଗାଯିବ ଏବଂ ମନ୍ଦିର ସୁରକ୍ଷା ପାଇଁ ତଦାରଖ କମିଟି ଗଠନ କରାଯିବା ପାଇଁ ପ୍ରତିଶୃତି ଦେଇଛନ୍ତି । ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ଶମ୍ଭୁ ପ୍ରସାଦ ଶତପଥି, ରିଣ୍ଟୁ ସାହୁ, ପ୍ରଶାନ୍ତ ମହାକୁର, ପ୍ରଶନ୍ନ ମିଶ୍ର, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
